ଶାସନ ପଦର ଗ୍ରାମ ରେ ଦେଖା ଦେଇଛି ଦୁର୍ନୀତି ର ଗନ୍ଧ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଶାସନ ପଦର ଗ୍ରାମ ରେ ଦେଖା ଦେଇଛି ଦୁର୍ନୀତି ର ଗନ୍ଧ! ବିନା ଟେଣ୍ଡର ରେ ପୋଖରି ରୁ ମାଟି ଖୋଳାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଗ୍ରାମ ର ଦୁଇ ଗୋଷ୍ଟି। ଗ୍ରାମ ର ସରପଞ୍ଚ ନିଜର ସମର୍ଥକ ଙ୍କୁ ସାଥିରେ ନେଇ ଜେସିବି ଲଗାଇ   ପୋଖରି ରୁ ଦିର୍ଘ ଏକ ସପ୍ତାହ ଧରି  ମାଟି ଖୋଳା କାମ ଜାରି ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମର କିଛି ଲୋକ। କ୍ଷୁଦ୍ର ଜଳ ସେଚନ ବିଭାଗ ଅଧୀନ ରେ ଥିବା ପୋଖରି ର ବିନା ଟେଣ୍ଡର ରେ ସୁଚନା ଫଳକ ନଥାଇ  ଏତେବଡ ପୋଖରି ର ମାଟି ଖୋଳା କିଭଳି  ଚାଲିଛି  ବୋଲି ଲୋକେ ପ୍ରଶ୍ନ କରିବା ସହ ଏହାର ତଦନ୍ତ କରିବା ଲାଗି ଦାବି ହୋଇଛି।

ପୋଖରି ରୁ ମାଟି ଖୋଳା କୁ ନେଇ ଉତେଜନା! ମୁହାଁ ମୁହିଁ ହେଲେ ଗ୍ରାମ ର ଦୁଇ ଗୋଷ୍ଠି। ପଦାରେ ପଡିଲା ଶରପଞ୍ଚ ଓ ବିଭାଗିୟ ଅଧୀକାରି ଙ୍କ ମଧୁ ଚନ୍ଦ୍ରିକା! ବିନା ଟେଣ୍ଡର ରେ କିଭଳି ପୋଖରି ରୁ ମାଟି ଖନନ କରାଯାଉଛି ତାକୁ ନେଇ ଉଠିଲା ପ୍ରଶ୍ନ। ଶରପଞ୍ଚ ଙ୍କ ଜୁକ୍ତି ଗ୍ରାମ ବାସିଙ୍କ ସ୍ବାର୍ଥ କୁ ଆଖି ଆଗରେ ରଖି ଟେଣ୍ଡର ପୁର୍ବ ରୁ ଚାଲିଛି ମାଟି ଉଦ୍ଧାର କାମ।ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଶାସନ ପଦର ଗ୍ରାମ ର ଏ ହେଉଛି ବେଢା ବନ୍ଧ। ପ୍ରାୟ 5.929 ଏକର ଜମିରେ ଥିବା ଏହି ଜଳାଶ୍ରୟର ପୁର୍ଣ୍ଣ ଉଦ୍ଧାର କୁ ନେଇ ଦେଖା ଦେଇଛି ଅପ୍ରୀତିକର ପରିସ୍ଥିତି। ପୋଖରି ରୁ ମାଟି କାଡି ବାହାରେ ବିକ୍ରୀ କରିବା ଉଦେସ୍ଯ ରେ ସରପଞ୍ଚ ଙ୍କ ଗୋଷ୍ଟି ଦିର୍ଘ ଦିନ ଧରି ଜେସିବି ଲଗାଇ ପୋଖରି ରୁ ମାଟି ଖୋଳା ଜାରି ରଖିଥିବା ଅଭିଯୋଗ ହୋଇଛି। ବିନା ଟେଣ୍ଡର ରେ ଯୋଜନାର ନାମ ଫଳକ ବିନା ପୋଖରି ମାଟି କିଭଳି ଓ କେଉ ଉଦେସ୍ଯ ରେ କଡା ଜାଉଛି ବୋଲି ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସି । ହେଲେ ଗ୍ରାମ ବାସିଙ୍କ ଅଭିଯୋଗ ପ୍ରତି ଅଣଦେଖା ହେଉଥିବା ହେତୁ ସରକାରି ରାଜକୋଷ ଫାଙ୍କି ବାଟମାରଣା ର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ଅଭିଯୋଗ ଆସିଛି। କ୍ଷୁଦ୍ର ଜଳ ଶେଚନ ବିଭାଗ ଅଧିନରେ ଥିବା ଏହି ପୋଖରି ଉପରେ ଅନେକ ଚାଷୀ ନିର୍ଭର କରୁଛନ୍ତି। ପୋଖରି ଉପରେ ଅସ୍ଥାଇ ହିଡ କରାଜିବା ହେତୁ ଆଗାମି ଦିନରେ ଚାଷୀ ଅସୁବିଧାର ସମୁଖୀନ ହେବାର ସମ୍ଭାବନା ଥିବା ବେଳେ ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସେପଟେ ବିନା ଟେଣ୍ଡର ଓ ନାମ ଫଳକ ବିନା କାମ ଚାଲିଥିବା ନେଇ କିଛି ଗ୍ରାମ ବାସିଙ୍କ ଅଭିଯୋଗ କୁ ସ୍ବୀକାର କରିଛନ୍ତି ଗ୍ରାମ ର ସରପଞ୍ଚ।  ମୁଣ୍ଡ ଉପରେ ବର୍ଷା ଥିବା ହେତୁ ଗ୍ରାମବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୋଖରି ରୁ ଆଗୁଆ ମାଟି ଖନନ କରାଯାଉଥିବା ସ୍ପଷ୍ଟ କରିଛନ୍ତି। ପୋଖରି ର ପୁର୍ଣ୍ଣ ଉଦ୍ଧାର ସହ ପାରି ପାର୍ଶ୍ଵ ଉର୍ନ୍ନତି କରଣ ଲାଗି ଗ୍ରାମ ସଭା କରି ବ୍ଲକ ଓ କ୍ଷୁଦ୍ର ଜଳସେଚନ ବିଭାଗ କୁ ପ୍ରପଜଲ ଜିବା ସହ ଡିପିଆର ମଧ୍ଯ ପ୍ରସ୍ତୁତ ହେଉଛି ଅତିଶୀଘ୍ର ଟେଣ୍ଡର ହେବ ବୋଲି କହିଛନ୍ତି ଶରପଞ୍ଚ ଓ ବିଭାଗିୟ ଅଧୀକାରି।

Leave a Reply

Your email address will not be published. Required fields are marked *