ଅନ୍ତର୍ଦ୍ବଦ୍ଵ କୁ ନେଇ ସାଧାରଣ ଚାଷୀ ଅସୁବିଧାରେ ପଡୁଛନ୍ତି
ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଚଳା ଅବସ୍ଥା କୁ ନେଇ କୃଷକ ମାନଙ୍କ ପ୍ରତିବାଦ ଓ ବିକ୍ଷୋଭ
ଦୀର୍ଘ ୨ ବର୍ଷ ହେବ ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲାଗି ରହିଛି ଅଚଳା ଅବସ୍ଥା। ଜେଉଥିପାଇଁ ଆଳି ସମବାୟ ସଖା ଅଧିନ ୨୨ ଟି କୃଷି ସେବା ସମବାୟ ସମିତିର ଚାଷୀ ନା ଉଠେଇ ପାରୁଛନ୍ତି ଜମା ଟଙ୍କା ନା ହେଇ ପାରୁଛି ଋଣ କାରବାର । ୨୨ଟି କୃଷି ସେବା ସମବାୟ ସମିତି ମଧ୍ୟରୁ ଜୁଆଣିଆ ଓ ପେତପଡ଼ା ଦୁଇଟି ସମବାୟ ସେମିତିର ଋଣ ଅର୍ଥ ହେର୍ ଫେର କୁ ନେଇ ବିଗତ ୨ ବର୍ଷ ହେବ ଉଚ୍ଚ ନ୍ୟାୟାଳୟ ରେ କେଶ୍ ବିଚାରଧିନ ରହିଛି । ଯାହା ପାଇଁ ପରସ୍ପର କାଦୁଅ ଫିଙ୍ଗା ରାଜନୀତି ଓ ଅନ୍ତର୍ଦ୍ବଦ୍ଵ କୁ ନେଇ ସାଧାରଣ ଚାଷୀ ବିଭିନ୍ନ ଅସୁବିଧାରେ ପଡୁଛନ୍ତି ବାରମ୍ବାର ବ୍ୟାଙ୍କ ଦୌଡି ନୟାନ୍ତ ହେଇଛନ୍ତି ନା ଖରିପ୍ ଋତୁ ପାଇଁ ମିଳୁଛି ଜମା ଟଙ୍କା ନା ହେଇ ପାରୁଛି ଋଣ ଅର୍ଥ କାରବାର ବର୍ତ୍ତମାନ ଚିନ୍ତା ରେ ଚାଷୀ। ଏନେଇ ଋଣ ଦେଣ ନେଣରେ ପ୍ରୀୟାପ୍ରୀତି ତୋଷଣ ପାଇଁ ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀ ମାନଙ୍କ ଧାରଣା ଦେଇଛନ୍ତି ଆଳି ବ୍ଲକ ନିଆଳ ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଆଳି ର ବିଭିନ୍ନ କୃଷି ସେବା ସମବାୟ ସମିତିରେ ବିଭିନ୍ନ ପ୍ରକାରର ଦୁର୍ନୀତି ର ଅଭିଯୋଗ ଆସିଛି। ବ୍ୟାଙ୍କକୁ ଟଙ୍କା ଆସୁନଥିବା ଆଳରେ ମଞ୍ଜୁରୀ ଋଣ ଅର୍ଥ ଚାଷୀ ଙ୍କୁ ଦିଆନଯିବା, ଇନ୍ଷ୍ୟୁ୍ରାନ୍ସ ଟଙ୍କା ହଡପ, ଚାଷୀଙ୍କ ନାମରେ ଦ୍ୱିତୀୟ ଆକାଉଣ୍ଟ ଖୋଲି ଟଙ୍କା ହଡପ ଭଳି ବିଭିନ୍ନ କାରଣ ଦର୍ଶାଇ ଆଜି ଚାଷୀମାନେ ଧାରଣା ଦେଇଛନ୍ତି। ଓ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଳି ତହସିଲ୍ ଦାର ସୁମନ ଘୋଷ ଙ୍କୁ ଏକ ଦାବୀ ଦାବୀପତ୍ର ପ୍ରଦାନ କରାଯାଇଛି।

ତେବେ ଏନେଇ ଫୋନ୍ ଯୋଗେ କଟକ ସମବାୟ ସମିତି ମୁଖ୍ୟ କାର୍ଯ୍ୟବାହୀ ଅଧିକାରୀ କହିଛନ୍ତି ଯଦି ଏଭଳି କିଛି ଘଟିଥାଏ ତାହେଲେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅପର ପକ୍ଷରେ ସ୍ଥାନୀୟ ବିଭିନ୍ନ ସରପଞ୍ଚ ଓ ବିଭିନ୍ନ ସମବାୟ ସମିତି ର ସଭାପତି ଏହା ଏକ ପ୍ରହସନ ବୋଲି କେହିଛନ୍ତି।
ତେବେ ଏହି ବାଦ ବିବାଦ ପରେ କେବେ ପ୍ରକୃତ ଚାଷୀ ମାନଙ୍କ ପାଇଁ ବ୍ୟାଙ୍କ୍ ଅଚଳ ରୁ କାର୍ଯାକ୍ଷମ ହେଇଛି ପ୍ରକୃତ ଚାଷୀ କେବେ ନ୍ୟାୟ ପାଉଛନ୍ତି ? ବିଭାଗୀୟ ଅଧିକାରୀ ଙ୍କ କେବେ ଦୃଷ୍ଟି ପଡୁଛି ଅପେକ୍ଷା ।
