ଜାପାନ : ଆଜି ସକାଳେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଉତ୍ତର-ପୂର୍ବ ଜାପାନରେ ଭୂମିକମ୍ପର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଭୂକମ୍ପ ପରେ କୌଣସି ସୁନାମୀର ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି ପାଇଛି । ଏଥିସହ ଭୂକମ୍ପ ଝଟକା ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।

ସୂଚନାନୁଯାୟୀ, ଆଜି ସକାଳ ୭ଟା ୨୫ ମିନିଟରେ ଇୱାଟ ପ୍ରଦେଶର ଉପକୂଳରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ପ୍ରାୟ ୪୦ କିଲୋମିଟର ଥିଲା । ଏହି ଭୂକମ୍ପ ଆଓମୋରି ପ୍ରଦେଶ ଏବଂ ନିକଟସ୍ଥ ଅନ୍ୟାନ୍ୟ ଅଞ୍ଚଳକୁ ଥରାଇ ଦେଇଥିଲା । ଭୂମିକମ୍ପର ତୀବ୍ରତା ପ୍ରାୟ ୬.୧ ଥିବା ଜଣାପଡିଛି ।
ବୁଧବାର ଦୁଇଟି ଭୟଙ୍କର ଭୂମିକମ୍ପରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭେନେଜୁଏଲା ଭୂକମ୍ପ ପ୍ରକୋପରେ ମୃତ୍ୟୁ ସଂଖ୍ୟା ୧୪୩୦ରେ ପହଞ୍ଚିଛି । ଶକ୍ତିଶାଳୀ ଭୂକମ୍ପ ପାଇଁ ଭେନେଜୁଏଲାରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଥିଲା ।
