ମଧ୍ୟପ୍ରଦେଶ ଦୁର୍ଘଟଣା, ଓଡିଶା ଆସୁଛି ପାର୍ଥିବ ଶରୀର

ମଧ୍ୟପ୍ରଦେଶରୁ ଓଡ଼ିଶା ଅଭିମୁଖେ ବାହାରିଲା ମୃତକଙ୍କ ପାର୍ଥିବ ଶରୀର । ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଓଡ଼ିଶା ଆସୁଛି ମୃତଦେହ । ତୀର୍ଥଯାତ୍ରାରେ ଘରୁ ବାହାରିଥିଲେ, ହେଲେ ଆଉ ଜୀବନ୍ତ ଫେରିଲେ ନାହିଁ । ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାର ନଳଖେଡ଼ା ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଏବେ ପରିବାର ଅପେକ୍ଷାରେ ମୃତକଙ୍କ ପାର୍ଥିବ ଶରୀର ।

ଓଡ଼ିଶାରୁ ତୀର୍ଥଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁମାନେ ଉଜ୍ଜୟିନୀରୁ ମା’ ବଗଲାମୁଖୀଙ୍କ ଦର୍ଶନ ପାଇଁ ନଳଖେଡ଼ା ଅଭିମୁଖେ ଯାଉଥିଲେ । ହେଲେ ରାସ୍ତାରେ ଘଟିଲା ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ନାଳରେ ବଢ଼ିଥିଲା ପାଣି। ନାଳ ପାର ହେବା ସମୟରେ ତୀର୍ଥଯାତ୍ରୀଙ୍କ ଗାଡ଼ି ପ୍ରବଳ ଜଳସ୍ରୋତରେ ଫସିଯାଇଥିଲା । ଦେଖୁ ଦେଖୁ ପାଣିର ସୁଅରେ ନିୟନ୍ତ୍ରଣ ହରାଇ ଭାସିଯାଇଥିଲା ଗାଡ଼ି । ଗାଡ଼ି ଭିତରେ ଥିବା ତୀର୍ଥଯାତ୍ରୀମାନେ ମଧ୍ୟ ବାହାରକୁ ଆସିପାରିନଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ । ଦୀର୍ଘ ଉଦ୍ଧାର ଅଭିଯାନ ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହୋଇଛି। ଏବେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଉଛି।

Leave a Reply

Your email address will not be published. Required fields are marked *