ବାଚସ୍ପତି ସୁରମା ପାଢୀଙ୍କ ନେତୃତ୍ୱରେ ବିଧାନସଭା ଆରମ୍ଭ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ତାପୂର୍ବରୁ ଗୃହ କାର୍ଯ୍ୟ ସୂଚାରୁ ପରିଚାଳନା ନେଇ ବୈଠକରେ ହେବ ଆଲୋଚନା । ମୌସୁମୀ ଅଧିବେଶନ ବେଶ ସରଗରମ ରହିପାରେ।

ଏକାଧିକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା, ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ ଭାବେ ବିଧାନସଭାରେ ଉଠାଇବେ କଂଗ୍ରେସ ଆଉ ବିଜେଡି। ଅପରାହ୍ନରେ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରିବେ ରଣନୀତି । ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ବେଶ ସରଗରମ ରହିପାରେ ଅଧିବେଶନ।
