୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଛାତ୍ର ସଂସଦ ନିର୍ବାଚନ ନେଇ ବାଜିଛି ବିଗୁଲ। ରାଜ୍ୟର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ କଲେଜ କ୍ୟାମ୍ପସରେ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ୭ ତାରିଖରେ ସମସ୍ତ କଲେଜରେ ନିର୍ବାଚନ ସମ୍ପର୍କିତ ନୋଟିଫିକେସନ୍ ପ୍ରକାଶ ପାଇବ । ଏହାପରେ ୯ ତାରିଖରେ ଛାତ୍ରଛାତ୍ରୀମାନେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ । ନିର୍ବାଚନ ପ୍ରକ୍ରିୟାକୁ ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଛି । ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପରେ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଓ ଆଗ୍ରହ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *