ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। FOCUS PLUSFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ଜୁଡ଼ାଏ ପୁଅ ଥିବାପରେ ବି ମା ହେଉଛି ହନ୍ତଶତ ଫୋକସ ପ୍ଲସ 19/10/22( ବାଲିଆପାଳ ): ଦୁଇଟି ଭେଣ୍ଡିଆ ପୁଅ, ବୋହୁ, ନାତି ଓ ନାତୁଣୀ ଥିବାସ୍ଥଳେ 75 ବର୍ଷ ର ବୁଢ଼ୀ ମାଉସୀ ଏବେ କେବିନରେ…
ଲାଗିଲା ଶିକ୍ଷା ବ୍ୟବସ୍ଥାରେ କଳଙ୍କ ଫୋକସ ପ୍ଲସ (ତୁମୁଡିବନ୍ଧ):କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ରାଙ୍ଗାପାରୁ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଚାରି…
ସନ୍ଦେହ ଘେରରେ ନାଲି ବତୀ ଗାଡ଼ି | ଫୋକସ ପ୍ଲସ ୨୫/୧/୨୩(ନର୍ଲା):ପୋଲିସ ଓ ଗୋରୁ ମାଫିଆଙ୍କ ମିଳି ଭଗତରେ ବେଆଇନ ଗୋ ଚାଲାଣ ନୂଆ କଥା ନୁହଁ, ତେବେ ନିକଟରେ ରୁପ୍ରାରୋଡରେ ଗୋରୁ ମାଫିଆଙ୍କ ଠାରୁ…