MMDR ଆଇନକୁ ତୀବ୍ର ବିରୋଧ, ବିଜେଡିର ବିଧାନସଭା ଘେରାଉ

ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଅନ୍ୟ ୪ ଦିନ ଭଳି ସୋମବାର ମଧ୍ୟ ଗୃହ ବେଶ ସରଗରମ ରହିଛି। ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ ଶୂନ୍ୟକାଳରେ ପୁଣି କଂଗ୍ରେସର ହୋହଲ୍ଲା, ହଟ୍ଟଗୋଳ ସହ MMDR ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି କରିଛନ୍ତି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ପୁଣି ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। MMDR ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜି କରିଛନ୍ତି।

MMDR ଆଇନକୁ ନେଇ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି। ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାନସଭା ଘେରାଉ କରୁଛି। ଏଥିସହ ବଡ଼ ଧରଣର ପ୍ରତିବାଦ ସଭା ମଧ୍ୟ କରିବାକୁ ଦଳ ପକ୍ଷରୁ କୁହାଯାଇଛି। ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ଆଇନ ଦ୍ୱାରା ରାଜ୍ୟର ଖଣି ଓ ଖଣିଜ ସମ୍ପଦ ଉପରେ ଥିବା ଅଧିକାର ପ୍ରଭାବିତ ହେବ। ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଦଳ ଅଭିଯୋଗ କରିଛି। ଏହି ଆଇନକୁ ବିରୋଧ କରି ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିବାଦ ସଭା କରାଯିବ ବୋଲି ବିଜେଡି କହିଛି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

MMDR ପ୍ରସଙ୍ଗରେ ଗାନ୍ଧୀ ମାର୍ଗରେ ନବୀନ ପଟ୍ଟନାୟକଙ୍କ ଆହ୍ୱାନ । ଓଡ଼ିଶାର ସ୍ବାର୍ଥ ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ନବୀନ । ସାଢ଼େ ୪ କୋଟି ଓଡ଼ିଆ ଓ ଜେନ୍‌ ଜିଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ସମସ୍ତ ଦଳକୁ ଲଢ଼େଇରେ ସାମିଲ ହେବାକୁ ଆହ୍ବାନ ଦେଇ, ରାଜ୍ୟରେ MMDR ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *