ସାରାଦେଶ ୩୧ ଡିସେମ୍ବର ଜିରୋ ନାଇଟ୍ ସେଲିବ୍ରେସନ ପରେ ଇଂରାଜୀ ନବବର୍ଷ ପାଳନ କରୁଥିବା ବେଳେ ସ୍ବଚ୍ଛତା କରୁଥିବା ସଫେଇ କର୍ମଚାରୀଙ୍କ ପାଇଁ ନବବର୍ଷ ସାତସପନ ହୋଇଛି। କିପରି ପରିବେଶ ସୁରକ୍ଷା ରହିବ ଚନ୍ଦ୍ରଭାଗା ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖ ପରିଷ୍କାର ରହିବ ସେଥିପାଇଁ ରାତି ଅଧରୁ ହାତରେ ସାଇକେଲ ଧରି କୋଣାର୍କ ବଜାର ସଫା କରିବାକୁ ଆସିଛନ୍ତି। ସଫେଇ କର୍ମଚାରୀ ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷ ତମାମ ନିଜ ଜୀବନକୁ ଭୟ ନକରି କୋଣାର୍କ ଅଞ୍ଚଳ ସ୍ବଚ୍ଛତା କରି ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରୁଛନ୍ତି। ଅଧରାତିରୁ ବାହାରି ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ବଜାର ପରିଷ୍କାର ପରିଚ୍ଛନ୍ନ କରି କୋଣାର୍କକୁ ସୁନ୍ଦର କରି ଦେଖାଇବାକୁ ଲାଗିପଡିଛନ୍ତି। ଡିସେମ୍ବର ୩୧ ତାରିଖ ରାତି ୧୨ଟା ଠାରୁ ଜାନୁଆରୀ ୧ ତାରିଖକୁ ସାରାଦେଶ ଇଂରାଜୀ ନବବର୍ଷ ରୂପେ ପାଳନ କରୁଛି। କିଏ ପରିବାର ସହ ବଣଭୋଜି କରୁଛନ୍ତି ତ କିଏ ସାଙ୍ଗସାଥୀ ମଧ୍ୟରେ ବଣଭୋଜି କରି ନାଚଗୀତରେ ଝୁମୁଛନ୍ତି। ହେଲେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଧାଇଁ ଆସି ରାସ୍ତା, ମନ୍ଦିର, ଦୋକାନ ବଜାର ସମ୍ମୁଖ ଅଳିଆ ଆବର୍ଜ୍ଜନା ସଫାକରି ଦେଉଛି ସଫେଇ କର୍ମଚାରୀ। ସମସ୍ତେ ରାତିରେ ଶୋଇଗଲା ପରେ ଝାଡୁ ଖଣ୍ଡେ ଧରି ହାତରେ ଅଳିଆ ଅର୍ବଜନା ସଫା କରୁଥିବା ଲୋକଟିର କଣ ମନ ନାହିଁ। ସେ ତା ପରିବାର ଲୋକମାନଙ୍କ ସହ ନୂଆବର୍ଷ ପାଳିବ ଭଲ ଜାଗାଯାଇ ବଣଭୋଜି କରିବ ସବୁ ମନରେ ଥିଲେ ମଧ୍ୟ ଆଜି ତା ମନକୁ ମନରେ ରଖି ଭଲ ଦିନରେ ଧାଇଁ ଆସେ ନିଜ ପରିବାର ମୁହଁରେ ଆହାର ଯୋଗାଇବା ପାଇଁ ସଫେଇ କରିବାକୁ। ସେ ଜାଣିଛି କାମକୁ ନ ଆସିଲେ ଘରେ ଚୁଲି ଜଳିବ ନାହିଁ। ତେଣୁ ସମସ୍ତେ ନବବର୍ଷ ପାଳୁଥିବା ବେଳେ ସେ ଆସି ଝାଡୁମାରି ରାସ୍ତା ସଫା କରୁଛି। ଯେଉଁ ଦିନ କାମକୁ ଆସିବ ନାହିଁ ସେଦିନ ତାର ଦରମା ନାହିଁ କି ଘରେ ଚୁଲି ଜଳିବ ନାହିଁ। କାମ ନାହିଁ ତ ଖାଇବା ନାହିଁ । ନବବର୍ଷ ଆସିଲେ ସମସ୍ତଙ୍କ ମନରେ ଖୁସୀ ଆନନ୍ଦ ଉଲ୍ଲାସରେ ବିମୋହିତ ହୋଇଥାନ୍ତି । ବଣଭୋଜି ସହ ବିଭିନ୍ନ ସ୍ଥାନକୁ ବୁଲିଯିବା ଯିବାକୁ ଖାଲି ସେତିକି ନୁହେଁ ମନରେ ଆସେ ସାଙ୍ଗସାଥୀ ମଧ୍ୟରେ ନବବର୍ଷ କଟାଇବାକୁ ତ ପରିବାର ଧରି ନବବର୍ଷ ପାଲିବା ପାଇଁ। ହେଲେ ଯେଉଁମାନେ ଆମ ଚତୁର୍ପାଶ୍ୱ ପରିଷ୍କାର ପରିଚ୍ଛନ୍ନ କରନ୍ତି। ସେମାନଙ୍କ ପାଇଁ ଆମେ ସୁସ୍ଥ ପରିବେଶ ପାଉଛେ, ସେମାନଙ୍କୁ ଆମେମାନେ ଭୁଲିଯାଇଥାଉ। କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ସ୍ବଚ୍ଛତାକୁ ଗୁରୁତ୍ୱ ଦେଇଆସୁଥିବା ବେଳେ କିଛି ସଙ୍ଗଠନ କେବଳ ସ୍ବଚ୍ଛତା କରିବା ନାରେ ଫଟୋ ଉଠାଇ ବାଃ ବାଃ ନେଉଥିବାଛନ୍ତି । ଯେଉଁମାନେ ସବୁବେଳେ ସ୍ବଚ୍ଛତା କରୁଛନ୍ତି ସେମାନଙ୍କୁ ପଚାରେ କିଏ। ପ୍ରବଳ ଶୀତରେ ସାଇକେଲ ଧରି ରାତି ଅଧରେ ଜୀବନକୁ ଖାତିରି ନକରି ଆସି ପରିବେଶ ସୁରକ୍ଷା କରୁଥିବା ମଣିଷଟି ଆଜିର ଦିନରେ ସଠିକ ଦରମା ସଠିକ ସରକାରୀ ଚାକିରୀ ଟିଏ ପାଉ ନାହିଁ।ଯେଉଁ ଦିନ କାମକୁ ଆସୁଛି ସେବେ ଦରମା ନେବେ, ଯେଉଁ ଦିନ ଆସିବ ନାହିଁ ସେଦିନ ଦରମା ନାହିଁ। ସରକାର ଏମାନଙ୍କୁ ସବୁଦିନ ପାଇଁ ସରକାରୀ ଚାକିରୀ କରାଇଦେବା ସହ ଦରମା ବୃଦ୍ଧି କରିବା ପାଇଁ ସଫେଇ କର୍ମଚାରୀ ଓ ତାଙ୍କ ସୁପରଭାଇଜର ଗୁହାରୀ କରିଛନ୍ତି।
ବର୍ଷ ଆରମ୍ଭରୁ ସଫେଇ କର୍ମଚାରୀଙ୍କ କାହାଣୀ
