ନୂଆପଡାରେ କାହା ପଲ୍ଲା ଭାରି

ନୂଆପଡା: ଭୋଟରଙ୍କ ପାଇଁ ଗୋଟିଏ ଦିନ । ଏହା କହିବାର ତାତ୍ପର୍ଯ୍ୟ ଏହା କି ନିଜ ନେତା ବାଛିବା ପାଇଁ ଜନ ସାଧାରଣଙ୍କ ପାଖରେ ଗୋଟିଏ ହିଁ ଦିନ ଥାଏ । ଯେଉଁଥିରେ ସେ ୫ବର୍ଷ ପାଇଁ ନିଜ ନେତା ବାଛିଥାନ୍ତି । ସେହିପରି କିଛି ଏବେକାର ରାଜନୈତିକ ପରିସ୍ଥିତି । ଏବେ ସରଗରମ ରାଜନୀତି । ଗୋଟେପଟେ ଦେଶ ଓ ଅନ୍ୟପଟେ ରାଜ୍ୟ । ସେପଟେ ବିହାର ଓ ଏପଟେ ନୂଆପଡା । ଦୁଇପଟେ ରହିଛି ମାହୋଲ ଗରମ । ଆଜି ବିହାରରେ ପ୍ରଥମ ପର୍ଯ୍ୟାୟରେ ନେତା ବାଛିଛନ୍ତି ବିହାରବାସୀ । ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି ଭୋଟିଙ୍ଗ । ନିଜର ବହୁମୂଲ୍ୟ ଭୋଟ ଦେଇ ଆଗାମୀ ୫ବର୍ଷ ପାଇଁ ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବେ ଭୋଟର । ତେବେ ପ୍ରଶ୍ନ ଜିତିବ କିଏ? ଯଦି ରାଜ୍ୟ କଥା କୁହାଯାଏ ତ ନୂଆପଡାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଗତ ତିନି ତାରିଖ ଦିନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ମାଟିରେ ନିଜ ପାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଥିବା ବେଳେ ଆସନ୍ତାକାଲି ଅର୍ଥାତ ୭ ନଭେମ୍ବରରେ ନୂଆପଡା ଯିବେ ନବୀନ । ପୁଣି ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରୁଛନ୍ତି ରୋଡ ସୋ । ସେପଟେ କଂଗ୍ରେସ ପିସିସି ସଭାପତି ଭକ୍ତଦାସ ବି ନିଜ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘର ଘର ବୁଲି ସବୁ ଦଳର ପାର୍ଥୀମାନେ ନିଜର ଭିନ୍ନ ଭିନ୍ନ ଢଙ୍ଗରେ ଭୋଟ ପାଇଁ ଆବେଦନ କରୁଛନ୍ତି । ନୂଆପଡାରେ ଅନେକ ମୁଦ୍ଦା ରହିଛି । ଲୋକଙ୍କର ଅନେକ ମୈାଳିକ ସମସ୍ୟା ବି ରହିଛି । ରାଜନୈତିକ ମହଲରେ ଚର୍ଚ୍ଚା ଏବେ ଠୁ ଅନେକ ରହିଲା ଯେ କିଏ ଜିତିବି ବାଜି ଆଉ କିଏ ହେବ ବାଜିଗର? କିନ୍ତୁ ଚର୍ଚ୍ଚା ଆଲୋଚନା ମଧ୍ୟରେ ଜନତା ଜନାର୍ଦ୍ଦନ ହିଁ ସର୍ବେସର୍ବା । କିନ୍ତୁ ଏହି ଉଷ୍ମ ରାଜନୀତି ମଧ୍ୟରେ ନୂଆପଡ଼ାବାସୀ ବି ସଚେତନ ହେଲେଣି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ସେମାନେ ଡବଲ ଇଞ୍ଜିନ ପରେ ଟ୍ରିପଲ ଇଞ୍ଜିନରେ ମୋହର ମାରିବା ଆକଳନ ସ୍ପଷ୍ଟ କରୁଛି । କିନ୍ତୁ ଫଳାଫଳ ଯାହା ବି ହେଉ । ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରଚାର ପ୍ରସାର ପାଇଁ ଜୋରସୋର ପାୱର ସୋ କରୁଥିବା ବେଳେ ଜନତାଙ୍କ ଭଲ ପାଇବା ସାଉଁଟିବା ପାଇଁ ଜୋରସୋର କସରତ କରୁଛନ୍ତି । ଏହାରି ମଧ୍ୟରେ ଆରୋପ ପ୍ରତ୍ୟାରୋପର ପ୍ରକ୍ରିୟା ବି ଜାରି ରହିଛି । କିନ୍ତୁ ଏହାରି ମଧ୍ୟରେ ଫୋକସ ପ୍ଲସ ଜାରି କରିଛି ଏଗଜିଟ ପୋଲ । ଯେଉଁଥିରେ ଶାସକ ଦଳ ବିଜେପିକୁ ୩୮%, ବିଜେଡିକୁ ୩୬%, କଂଗ୍ରେସକୁ ୨୩% ଓ ଅନ୍ୟାନ୍ୟକୁ ୩% ଭୋଟ ମିଳିବ ବୋଲି ଆକଳନ କରାଯାଉଛି । ଏବଂ ଏହି ଏଗଜିଟ ପୋଲ ଏଗଜାକ୍ଟ ପୋଲ ହେବ ବୋଲି ମଧ୍ୟ ରାଜନୈତିକ ବିଶାରଦମାନେ ଦୃଢୋକ୍ତି ପ୍ରକାଶ କରିସାରିଛନ୍ତି । କାରଣ ବିଜେଡିରେ ଟଳମଳ ରାଜନୀତି ଓ କଂଗ୍ରେସର ଗୋଷ୍ଠୀ କନ୍ଦଳ ମଧ୍ୟରେ ସଚେତନ ଭୋଟର ନିର୍ଣ୍ଣାୟକ ଭୂମିକା ବହନ କରିବେ । ଏବଂ ଏହି ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପଲ୍ଲା ବେଶ ଭାରି ରହିଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *