ଜଙ୍ଗଳରେ ଗଛ ଲଗାଣିକୁ ବିରୋଧ

ଏପଟେ ସରକାର ଗଛ ଲଗାଇ ପରିବେଶ ସୁରକ୍ଷାର କଥା କୁହୁଛନ୍ତି… ଅନ୍ୟ ପଟେ ସେହି ଗଛ ଲଗାଣିକୁ ନେଇ ଉଠିଛି ଗ୍ରାମବାସୀଙ୍କ ବିରୋଧ . କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଆଉଁଳି ପଞ୍ଚାୟତ ଅଧୀନ ପୋଖନାଗୁଡ଼ା ଗ୍ରାମରେ…

ବନ ବିଭାଗ ଗଛ ଲଗାଣି ଆରମ୍ଭ କରିଥିବାବେଳେ…ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି…ତାଙ୍କ ଅଭିଯୋଗ   ଗଛ ଲଗାଣି ହେଲେ ଜୀବିକା ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ିବ .

ବୋରିଗୁମ୍ମା ବ୍ଲକର ଆଉଁଳି ପଞ୍ଚାୟତ ଅଧୀନ ପୋଖନାଗୁଡ଼ା ଗ୍ରାମରେ ବନ ବିଭାଗ ପକ୍ଷରୁ ପ୍ରାୟ ୩୦ ଏକର ଜମି ଉପରେ ଗଛ ଲଗାଣି କାମ ଆରମ୍ଭ ହୋଇଛି କିନ୍ତୁ ଏହି ଗଛ ଲଗାଣିକୁ ବିରୋଧ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ…ଗ୍ରାମବାସୀଙ୍କ କହିବା ଅନୁସାରେ…ଯେଉଁ ଖୋଲା ଜାଗାରେ ସେମାନେ ଗାଈ-ଗୋରୁ ଚରାଉଛନ୍ତି ସେହି ପ୍ରାୟ ୩୦ ଏକର ଜମିରେ ହିଁ ଗଛ ଲଗାଯାଉଛି ଏହାର ଫଳରେ ସେମାନଙ୍କ ପାଖରେ ଆଉ କୌଣସି ଚରାଣ ଜମି ରହିବ ନାହିଁ ବୋଲି ଭୟ ପ୍ରକାଶ କରୁଛନ୍ତି .

ଗ୍ରାମବାସୀଙ୍କ କହିବା ଅନୁସାରେ…

ଏହି ୩୦ ଏକର ଜମି ସେମାନଙ୍କ ଦୈନନ୍ଦିନ ଜୀବନ ସହ ଜଡିତ,ଗାଈ-ଗୋରୁ ଚାରଣ ଠାରୁ ଆରମ୍ଭ କରି ଜୀବିକା ପର୍ଯ୍ୟନ୍ତ,ଏହା ସହିତ ଏହି ଅଞ୍ଚଳ ଚାରିପଟେ ପୂର୍ବରୁ ହିଁ ଘନ ଜଙ୍ଗଲ ରହିଛି…ଯଦି ଆଉ ଗଛ ଲଗାଯାଏ ତେବେ ଜଙ୍ଗଲ ଆଉ ବଢ଼ିବ ଏବଂ ଜଙ୍ଗଲୀ ପ୍ରାଣୀଙ୍କ ଆତଙ୍କ ମଧ୍ୟ ବଢ଼ିବ ବୋଲି ଭୟ ରହିଛି, ଏବେ ମଧ୍ୟ ଭାଲୁ ଆତଙ୍କରେ ସକାଳ ୭ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ଲୋକେ ଗାଁରୁ ବାହାରିବାକୁ ଡରୁଛନ୍ତି…

ଏହା ସହିତ ଗାଁର ମହିଳାମାନେ କେନ୍ଦୁ ପତ୍ର ତୋଳି ଜୀବିକା ଚଳାଉଛନ୍ତି , କିନ୍ତୁ ଗଛ ଲଗାଣି ହେଲେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ ବୋଲି କହୁଛନ୍ତି .

ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନଙ୍କ ନିକଟକୁ ଯାଇଥିଲେ ଏବଂ ଅନ୍ୟ ସ୍ଥାନରେ ଗଛ ଲଗାଇବାକୁ ଅନୁରୋଧ କରିଥିଲେ ଗ୍ରାମବାସୀଙ୍କ ଅଭିଯୋଗ  ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ବିକଳ୍ପ ସ୍ଥାନ ନେଇ କଥା ହୋଇଥିଲେ ମଧ୍ୟ ସ୍ଥାନୀୟ ସ୍ତରରେ ସେଥିରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଏବଂ ଗଛ ଲଗାଣି କାମ ଜାରି ରହିଛି…

ଯଦି ତାଙ୍କ ଦାବି ପୂରଣ ହେଉନାହିଁ ତେବେ ଗ୍ରାମବାସୀ ଜୟପୁର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଆଉ ତୀବ୍ର ହେବ ବୋଲି ସୂଚନା ମିଳିଛି .

ପରିବେଶ ସୁରକ୍ଷା ପାଇଁ ଗଛ ଲଗାଣି ଜରୁରୀ କିନ୍ତୁ ସେଥିରେ ଯଦି ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୁଏ ତେବେ ସମନ୍ୱୟ କିପରି ହେବ ?

ସେଇଠି ହେଉଛି ବଡ଼ ପ୍ରଶ୍ନ ?

ଏବେ ଦେଖିବାକୁ ରହିଲା — ପ୍ରଶାସନ କେମିତି ଏହି ସମସ୍ୟାର ସମାଧାନ କରୁଛି ଏବଂ ଗୋମାତାଙ୍କ ସୁରକ୍ଷା କଥା କହୁଥିବା ମୋହନ ସରକାର କି ପଦକ୍ଷେପ ନେଉଛନ୍ତି .

Leave a Reply

Your email address will not be published. Required fields are marked *