Breaking newsମୁଖ୍ୟ ଖବରରାଜ୍ୟ ସାଇକେଲ ଆରୋହୀଙ୍କୁ ମାଡିଦେଇ ପଲଟିଗଲା ଯାତ୍ରା ପାର୍ଟି ଟ୍ରକ:ଜଣେ ମୃତ ପାଞ୍ଚ ଗୁରୁତର FOCUS PLUSFebruary 7, 2022 ଅଠର ନମ୍ବର ଜାତୀୟ ରାଜପଥର ଗଡଗଡିଆ ଛକ ନିକଟରେ ଦୃଘଟଣା ।OR – 01C 6595 ନମ୍ବର ବିଶିଷ୍ଟ ଏକ ଟ୍ରକ ଅମୃତ ମହଲ ନାମକ ଏକ ଯାତ୍ରା ପାର୍ଟିର ସରଞ୍ଜାମ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀକୁ ଧକ୍କାଦେଇ ରାଜପଥ ପାର୍ଶ୍ବକୁ ପାଲଟିଯାଇଥିଲା ।ସାଇକେଲ ଆରୋହୀ ଜଣଙ୍କ ଟ୍ରକତଳେ ଚାପିଯାଇଥିଲା । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ଓ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକତଳୁ ମୃତ ସାଇକେଲ ଆରୋହୀକୁ ଉଦ୍ଧାର କରିବା ସହ ଯାତ୍ରାପାର୍ଟିର ପାଞ୍ଚ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତକ ବୌଶିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ହରିମୋହନ ମର୍ମୁ ।ପାଞ୍ଚ ଗୁରୁତର ମଧ୍ୟରୁ ଦୁଇଜଣ ଲଙ୍ଗଳେଶ୍ବର ର ଗୋପିକୃଷ୍ଣ ମଣ୍ତଳ ଓ ତପନ କୁମାର ସାମନ୍ତରାୟ , ବାଲେଶ୍ବର ର ବିଶ୍ବଜିତ ଦାସ ,ଭଦ୍ରକର ଶିବସୁନ୍ଦର ଜେନା ଓ କେସଡିହାର ରାଉତ ପୂର୍ତ୍ତି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଦୃଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଛି ।ସୁଧାକର ଭୂୟାଁ ,ବେତନଟୀ ,ମୟୂରଭଞ୍ଜ
429 ତାଜା କୋଭିଡ୍ -19 ମାମଲା ସହିତ, ମୁମ୍ବାଇରେ ପରୀକ୍ଷା ପଜିଟିଭିଟି ହାର 1% କୁ ଖସି ଆସିଛି | ଲଗାତାର ଚତୁର୍ଥ ଦିନ ପାଇଁ ମୁମ୍ବାଇରେ ଟେଷ୍ଟ୍ ପଜିଟିଭିଟି ହାର (ଟିଆରପି) 1 ପ୍ରତିଶତକୁ ହ୍ରାସ ପାଇ 500 ରୁ କମ୍ ମାମଲା ରିପୋର୍ଟ କରିଛି। ଗୁରୁବାର…
AORA ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ,ସାମ୍ବାଦିକ ମାନଙ୍କୁ ସୁରକ୍ଷା ସଙ୍ଘର ପ୍ରଥମ ଦାୟିତ୍ୱ। ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା…
ପୋଖରୀରେ ବୁଡି ଚାଷୀ ମୃତ ଫୋକସ ପ୍ଲସ (ରାଇରଙ୍ଗପୁର)୧୩/୦୭/୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ବାଲିଆଢିପା ଗ୍ରାମର ଜଣେ ଚାଷୀ ପୋଖରୀରେ ବୁଡି…