ବେଆଇନ ଗୋ-ଚାଲାଣ ବିରୋଧରେ ଅନୁଗୋଳ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ହାଣ୍ଡପା ଥାନା ପୁଲିସ ଗୁପ୍ତ ସୂଚନା ଆଧାରରେ ଉରୁକୁଲ୍ଲା ଜଙ୍ଗଲ ਰਾସ୍ତା ଓ ଛକ ନିକଟରେ ଚଢ଼ାଉ କରି ୩୪ ଗୋଟି ଗୋରୁଙ୍କୁ ଉଦ୍ଧାର କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ବୁଧବାର (୦୯.୦୯.୨୦୨୬) ରାତି ପ୍ରାୟ ୧:୨୯ ମିନିଟ୍ରେ ପୁଲିସ ଟିମ୍ ନାକା ଚେକିଂ କରୁଥିବା ସମୟରେ ଏକ ସନ୍ଦେହଜନକ ଆଇସର କଣ୍ଟେନର (RJ-29GB-2341) କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର କଣ୍ଟେନର ଡ୍ରାଇଭର ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ପୁଲିସ କର୍ମଚାରୀଙ୍କ ଉପରକୁ ଚଢ଼ାଇ ଦେବାକୁ ଚେଷ୍ଟା କରିଥିଲା । ପୁଲିସ କର୍ମଚାରୀମାନେ ତୁରନ୍ତ ଓହରି ଯିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ପରେ ପୁଲିସ ପିଛା କରି ଉରୁକୁଲ୍ଲା ଛକ ନିକଟରେ କଣ୍ଟେନରଟିକୁ କାବୁ କରିଥିଲା । ଯାଞ୍ଚ ସମୟରେ କଣ୍ଟେନର ଭିତରୁ ୩୪ ଗୋଟି ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ଗୋରୁଗୁଡ଼ିକର ଶିଂଘ ଓ ଗୋଡ଼କୁ ଦଉଡ଼ିରେ ବାନ୍ଧି ଅତ୍ୟନ୍ତ ଅସୁରକ୍ଷିତ ଓ ନିର୍ଦ୍ଦୟ ଭାବେ ଚାଲାଣ କରାଯାଉଥିଲା । ଚାଲାଣ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଗାଡ଼ିରେ ଥିବା ବ୍ୟକ୍ତିମାନେ ଦେଖାଇପାରି ନଥିଲେ । ଗିରଫ ଅଭିଯୁକ୍ତମାନେ: ଅସଗର (୪୭), ଆଗ୍ରା, ଉତ୍ତର ପ୍ରଦେଶ (ଡ୍ରାଇଭର) ସନ୍ତୋଷ ରଣସିଂହ, ଖୋର୍ଦ୍ଧା, ଓଡ଼ିଶା
ଦିବାକର ମହାନ୍ତି (୨୪), ଖୋର୍ଦ୍ଧା, ଓଡ଼ିଶା
ପ୍ରତାପ ମଲ୍ଲିକ (୨୬), ଖୋର୍ଦ୍ଧା, ଓଡ଼ିଶା
ଦୁଖିଆ ବେହେରା (୧୯), ଅନୁଗୋଳ, ଓଡ଼ିଶା
ଶେଖ୍ ଅନସାରୀ (୨୬), ହାଓଡ଼ା, ପଶ୍ଚିମବଙ୍ଗ
ସଲମାନ ମୁଲ୍ଲା (୨୭), ହାଓଡ଼ା, ପଶ୍ଚିମବଙ୍ଗ
ଜବତ ସାମଗ୍ରୀ: ୩୪ ଗୋଟି ଗୋରୁ (ସୁରକ୍ଷିତ ଉଦ୍ଧାର)
୧ ଟି ଆଇସର କଣ୍ଟେନର (RJ-29GB-2341)
୧ ଟି ହିରୋ ପ୍ୟାସନ୍ ପ୍ରୋ ବାଇକ୍ (OD-19-Q-7184) ୮ ଟି ମୋବାଇଲ୍ ଫୋନ୍
ଘଟଣା ସମ୍ପର୍କରେ ହାଣ୍ଡପା ଥାନାରେ କେସ୍ ନଂ ୩୪୨/୨୦୨୬ ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩, ପ୍ରାଣୀ ନିର୍ଯାତନା ନିବାରଣ ଆଇନ୍ ଏବଂ ଓଡ଼ିଶା ଗୋ-ବଧ ନିଷେଧ ଆଇନ୍-୧୯୬୦ ର ବିଭିନ୍ନ କଠୋର ଦଫାରେ ମାମଲା ରୁଜୁ ହୋଇଛି । ଇନ୍ସପେକ୍ଟର ରାଜେଶ କୁମାର ଶତପଥୀ, ଏଏସଆଇ ତପନ କୁମାର ରାୟ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ । ବେଆଇନ ଗୋ-ଚାଲାଣ ବିରୋଧରେ ‘ଜିରୋ ଟୋଲରାନ୍ସ’ ଅନୁଗୋଳ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବେଆଇନ ଗୋ-ଚାଲାଣକାରୀଙ୍କ ପ୍ରତି କୌଣସି କୋହଳ ମନୋଭାବ ଦେଖାଯିବ ନାହିଁ । କେବଳ ଡ୍ରାଇଭର ନୁହଁନ୍ତି, ଏହି କାରବାର ପଛରେ ଥିବା ମାଲିକ, ଫାଇନାନ୍ସର ଓ ମାଫିଆଙ୍କୁ ଚିହ୍ନଟ କରି ସମ୍ପୂର୍ଣ୍ଣ ନେଟୱାର୍କକୁ ପର୍ଦ୍ଦାଫାଶ କରାଯିବ ।
୩୪ ଗୋରୁ ଉଦ୍ଧାର, ଟ୍ରକ୍ ଓ ବାଇକ୍ ସହ ୭ ଗୋ-ଚାଲାଣକାରୀ ଗିରଫ।
