ଝାରସୁଗୁଡା ରେ ଚାଞ୍ଚଲ୍ୟ ରେଳ ଧାରଣା ନିକଟରେ ବରିଷ୍ଠ ଆଇନଜୀବୀଙ୍କ ତ୍ରିନାଥ ଗୁଆଲ ଙ୍କ ମୃତଦେହ ଉଦ୍ଧାର।
ଝାରସୁଗୁଡ଼ାରେ ଶୋକର ଛାୟା। ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲଙ୍କ ମୃତଦେହ ସକାଳୁ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଛି। ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ସଂଦେହ ଘନୀଭୂତ
ଆତ୍ମହତ୍ୟା ବୋଲି ରେଳବାଇ ପୋଲିସ୍ ର ସଂଦେହ। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି’ ଲେଖାଥିବା ଏକ ହାତଲେଖା କାଗଜ ରେଳବାଇ ପୋଲିସ୍ ଜବତ୍ କରିଥିବା ସୂଚନା ।
ସୂଚନା ଅନୁସାରେ, ରେଳ ଲାଇନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ମୃତକଙ୍କ ପରିଚୟ ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ଭାବେ ହୋଇଥିଲା। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ତ୍ରିନାଥ ଗୁଆଲ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଓ ସାମାଜିକ କର୍ମୀ ଭାବେ ଜିଲ୍ଲାରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଇନଜୀବୀ ମହଳ, ରାଜନୈତିକ ବର୍ଗ ଓ ସାମାଜିକ ସଂଗଠନ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
