ବାଲେଶ୍ୱର ଅଞ୍ଚଳରେ ବଢୁଥିବା ଅପରାଧ ଏବଂ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଡିଜିଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ପୋଲିସ ରେଞ୍ଜରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରେ ଏଣିକି ରାତ୍ରିକାଳୀନ ବ୍ଲକିଂ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । କେବଳ ତଳସ୍ତରର କର୍ମଚାରୀ ନୁହେଁ ବରଂ ଡିଆଇଜିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଥାନା ଅଧିକାରୀମାନେ ନିଜେ ରାତିରେ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ରହି ଡ୍ୟୁଟିର ତଦାରଖ କରୁଛନ୍ତି ।
ସହରର ପ୍ରତିଟି ପ୍ରବେଶ ପଥ ଓ ସମ୍ବେଦନଶୀଳ ସ୍ଥାନରେ ‘ନାକା’ ପକାଯାଇ ଗାଡ଼ି ମୋଟର ଯାଞ୍ଚ କରାଯାଉଛି । ବାଲେଶ୍ୱର ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟରୁ ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ବର୍ଡର ରୋଡ୍ଗୁଡ଼ିକରେ କଡ଼ା ନଜର ରଖାଯିବ । ଗତ ୩-୪ ମାସ ମଧ୍ୟରେ ପୋଲିସ ପ୍ରାୟ ୬୮ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିସାରିଛି ବୋଲି ସୂଚନା ଦେଇଛନ୍ତି ଡିଆଇଜି ପିନାକ ମିଶ୍ର । ରାତିରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ଅଶାନ୍ତ ସୃଷ୍ଟି କରୁଥିବା ଅସାମାଜିକ ବ୍ୟକ୍ତି ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ବା ଜିରୋ ଟୋଲରାନ୍ସ ନୀତି ଆପଣାଯିବ । ଗତ ୩-୪ ମାସ ମଧ୍ୟରେ ପ୍ରାୟ ୬୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ପୋଲିସ ସତର୍କ ଅଛି ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି ବୋଲି ବିଶ୍ୱାସ ଜନ୍ମାଇବା ଏହାର ମୁଖ୍ୟ ଲକ୍ଷ ବୋଲି ପୂର୍ବାଞ୍ଚଳ ଡିଆଇଜି .
