କାଠଯୋଡି ନଦୀ ରୁ ମିଳିଲା ମହିଳା ଙ୍କ ମୃତଦେହ….

ମାତ୍ର ୧୫-ଦିନ ବ୍ୟବଧାନରେ କଟକ କାଠଯୋଡି ରୁ ମିଳିଲାଣି ୩-ତିନିଟି ମୃତଦେହ ।ତେବେ କଟକ ତ୍ରିଶୁଳିଆ ବ୍ରିଜ ତଳ କାଠଯୋଡି ନଦୀ ରୁ ମହିଳାଙ୍କ ମୃତ ଦେହ ଭାସୁଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ମୁତାବକ ଆଜି  ସକାଳୁ ସକାଳୁ କାଠଯୋଡି ନଦୀ, ତ୍ରୀଶୁଳିଆ ବ୍ରିଜ ତଳେ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖା ଯାଇଥିଲା। ମହିଳାଙ୍କ ପରିଚୟ ମିଳି ପାରି ନଥିବା ବେଳେ, ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇ ନାହିଁ । ନିକଟରେ ପଡ଼ିଛି ବ୍ୟାଗ୍ ଓ ଚପଲ । ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି SCB ପଠାଇ ତଦନ୍ତ ଜାରି ରଖିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଟକ ରେ ମାତ୍ର ୧୫ ଦିନ ମଧ୍ୟରେ ତିନି ଜଣ ମହିଳାଙ୍କ ଶବ ମିଳିବା ଘଟଣା ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ଆଡ଼କୁ ଇଙ୍ଗିତ କରିଛି । କମିସନରେଟ ପୋଲିସ ର ପାରିବା ପଣିଆକୁ ପଦାରେ ପକାଇଛି ।

 ପ୍ରଥମେ ବାରଙ୍ଗ ଥାନା ବ୍ରାହ୍ମଣୀ ଗାଁ ନିକଟ କାଠଯୋଡି ନଦୀରୁ ମହିଳାଙ୍କ ଅଧା ପୋତା ଶବ ମିଳିବା, ପୁଣି ତାର ୨-ଦିନ ପରେ କଟକ ବସ୍ ଟର୍ମିନାଲ ସମ୍ମୁଖ ସେଇ କାଠଯୋଡି ନଦୀରୁ ଆଉ ଏକ ମହିଳାଙ୍କ ମୃତଦେହ ଠାବ ହେବା, ଆଉ  ଏବେ ଆଜିର ତ୍ରିଶୁଳିଆ ଘଟଣା – ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି ?

ଗୋଟେ ପଟେ ଦେଖିଲେ ପୁରା ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ . ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟ ପଟରେ ପୋଲିସ ପ୍ରକୃତ ଅପରାଧୀ କୁ ନଧରି ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛି । ଯାହାର ପରିଣାମ ସ୍ବରୂପ ବାରଙ୍ଗ ଅଞ୍ଚଳର ରାକେଶ ବେହେରା ଆଜି ପୋଲିସ ମାଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ଦେଖାଯାଉ ମୋହନ ସରକାର ପ୍ରଶାସନ ର ଏଭଳି ସ୍ଥାଣୁତା ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ କିଭଳି ମୃତ ମହିଳାଙ୍କୁ ଦେଉଛନ୍ତି ନ୍ୟାୟ .

Leave a Reply

Your email address will not be published. Required fields are marked *