ଗାଁରେ ଜମୁଛି ରାମ ଲୀଳା

             ମର୍ଯ୍ୟାଦା ପୁରୁଷସୋତ୍ତମ ଶ୍ରୀ ରାମଚନ୍ଦ୍ର ଙ୍କ ବିଭିନ୍ନ ଲୀଳା କୁ ନେଇ ଗାଁରେ ଆରମ୍ଭ ହୋଇଛି ରାମଲୀଳା । ଆଧୁନିକ ଯୁଗରେ ସମସ୍ତେ ମୋବାଇଲ, ଯାତ୍ରା, ଅଶ୍ଳୀଳ ନୃତ୍ୟକୁ ଦେଖିବାକୁ ଆଗମନ ଥିବା ବେଳେ ଏବେବି ଗ୍ରାମାଞ୍ଚଳରେ ଲୋକମାନେ ରାମାୟଣ, ମହାଭାରତ  ଆଡକୁ ମନ ବଢାଇଛନ୍ତି। ରାମ ଲୀଳା ର ମଜା ନେଉଛନ୍ତି ହଜାର ହଜାର ଦର୍ଶକ ।  ରଣପୁର ରୁ ଆସିଥିବା ଯାତ୍ରାପାଟି କୋଣାର୍କ ଥାନା କାଦୁଆ ପଞ୍ଚାୟତ ତଇଲ ଗାଁରେ ଆଜକୁ ୩ଦିନ ହେବ ଖୋଲା ପେଣ୍ଡାଲ ରେ କରୁଛନ୍ତି ରାମ ଲୀଳା ।

ଆଜିର ଯୁବପିଢ଼ି ଏହାର ମଜା ଉଠାଉଛନ୍ତି । ଖୋଲା ପେଣ୍ଡାଲ ତଳେ ନା ଅଛି ଅତି ଆଧୁନିକ ଲାଇଟ ନା ବାଦ୍ୟଯନ୍ତ୍ର ନା ବଡବଡ ଗୀତୀକାର ନାଁ ଅଛି ଅଶ୍ଳୀଳ ନୃତ୍ୟ । କେବଳ ଅଳ୍ପ କେତୋଟି ଲାଇଟ ସହ କିଛି କିଛି ବାଦ୍ୟ ରେ ଆରମ୍ଭ ହେଉଛି ରାମ ଲୀଳା ଯାହାକୁ ଦର୍ଶକ ସୁଖିଲା ପଡିଥିବା ବିଲରେ ପାଲ ପକାଇ ମଜା ନେଉଛନ୍ତି । କଳାକାର ମାନେ ରାତ୍ର ୧୦ ଟାରୁ ନିଜର କଳା ଦେଖାଇ ଭୋର ୬ଟା ପର୍ଯ୍ୟନ୍ତ ମଞ୍ଚରେ ବାନ୍ଧି ରଖୁଛନ୍ତି ଦର୍ଶକ ମାନଙ୍କୁ । ତଇଲ ଗାଁରେ କୋଣାର୍କ ଆଖପାଖ ରୁ ହଜାର ହଜାର ଦର୍ଶକ ରାତ୍ର ହେଲେ ଯୁବପିଢ଼ି, ବୃଦ୍ଧ , ମହିଳା ଓ ଛାତ୍ରଛାତ୍ରୀ ଏହାର ମଜା ଉଠାଉଛନ୍ତି । ଆଧୁନିକ ଯୁଗରେ ଏବେ ସମସ୍ତେ ସେହି କାଳ୍ପନିକ ଓ ପୌରାଣିକ  ନାଟକ ଦେଖି ବହୁତ ଖୁସି ଅନୁଭବ କରୁଥିବା ବେଳେ କଳାକାର ମାନେ ସେମାନଙ୍କ ବିଭିନ୍ନ ଅଭିନୟ କରି ବହୁତ ଖୁସି ସାଉଁଟିଛନ୍ତି । ଗତ ୨୧ ତାରିଖରୁ ଆରମ୍ଭ ରାମ ଲୀଳା ୫ ଦିନ ଧରି ଚାଲିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *