ବିଦ୍ୟାଳୟରେ ଶିକ୍ଷକଙ୍କୁ ହେଲା ବିରୋଧ.. ବିରୋଧ କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ମାରିଲେ ଅଭିଭାବକ… ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକ ଅଧିନସ୍ଥ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଶାଳମୁଣ୍ଡୁଳି ଗ୍ରାମରେ, ସବୁଦିନ ପରି ବିଦ୍ୟାଳୟ ସକାଳ ସମୟରେ ଖୋଲିଥିଲା..ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ ଆସିଥିଲେ…ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନେ ମଧ୍ୟ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ… କୁନ୍ତୁ ଯୋଗ ଦେବାର କିଛି ସମୟ ପରେ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପହଂଚି ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ ଦେଇଥିଲେ…
ବିକାଶ ରଞ୍ଜନ ବେହେରା ନାମକ ଜୈନିକ ଶିକ୍ଷକ ଯେ କି କପ୍ତିପଦା ବ୍ଲକ ଲାଲ ବହାଦୁର ଉଚ୍ଚ ବିଦ୍ୟାଳୟ ରେ କିଛି ମାସ ପୂର୍ବରୁ କାର୍ଯ୍ୟରତ ଥିବା ସମୟରେ ବଜ୍ରକାପ୍ତା ଚାଲାଣ କେଶରେ ଛନ୍ଦି ହୋଇ ବନ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ…. ତାଙ୍କୁ କାର୍ଯ୍ୟରେ ନିଲମ୍ବିତ କରା ଯାଇଥିଲା…ତାଙ୍କ କେଶ ଏବେ କୋର୍ଟରେ ଚାଲୁଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଏବେ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ଶାଳମୁଣ୍ଡୁଳି ଗ୍ରାମରେ ନୂତନ ଚାକିରୀରେ ଯୋଗ ଦେବା ପାଇଁ ନିର୍ଦେଶ ଦେଇଥିଲେ… ତେବେ ଗ୍ରାମ ଲୋକ ଏ ସମ୍ପର୍କରେ ଜାଣିବା ପରେ ଏପରି ଶିକ୍ଷକ ଆମ ବିଦ୍ୟାଳୟରେ ଆମେ ପଶିବାକୁ ଦେବୁ ନାହିଁ କହି ଗେଟ ରେ ତାଲା ପକାଇ ଦେଇଥିଲେ…
ତେବେ ଉକ୍ତ ବିରୋଧ ଛାତ୍ର ଛାତ୍ରୀଙ୍କ ଦ୍ୱାରା ହୋଇଥିବା ମଧ୍ୟ ନଜରକୁ ଆସିଥିଲା…
ଜିଲ୍ଲା ଶିକ୍ଷା ଅଧିକାରୀ ଆମ ବିଦ୍ୟାଳୟକୁ ଜଣେ ଭଲ ଶିକ୍ଷକ ଦିଅନ୍ତୁ କହି ପତିକ୍ରିୟା ଦେଇଥିଲେ ଛାତ୍ର ଛାତ୍ରୀ.. ବିଦ୍ୟାଳୟ ସାମ୍ନାରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଛନ୍ତି ଅଭିଭାବକ…. ଯେ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ଜଣେ ଭଲ ଶିକ୍ଷକ ନ ଦେଉଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡି ରହିବ ଚେତାବନୀ ଦେଇଛନ୍ତି ଅଭିଭାବକ ଓ ଗ୍ରାମବାସୀ…..ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ଶିକ୍ଷକ ଜଣକୁ ଗେଟ ବାହାରେ ଦୀର୍ଘ ସମୟ ଧରି ଛିଡା ହୋଇଥିବା ବେଳେ ଆମ କେମେରା ଆଗରେ ସେ ମଧ୍ୟ ତାଙ୍କର ପତିକ୍ରିୟା ରଖିଥିଲେ,ତେବେ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା ବାକି .
