ଶିଶୁସେବିକା ନିଯୁକ୍ତି ରେ ଅନୀୟମିତତା ଅଭିଯୋଗ

ପୁଣି ଶିଶୁବାଟିକା ରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ବିଭିନ୍ନ ବିଦ୍ୟାଳୟ ରେ ଶିଶୁସେବିକା ରେ ନିଯୁକ୍ତି ନିମନ୍ତେ ପାତର ଅନ୍ତର, ରାଜନୈତିକ ହସ୍ତକ୍ଷେପ ତଥା ପ୍ରୀୟା ପ୍ରୀତି ତୋଷଣ ଫଳରେ, ନିଯୁକ୍ତି ରେ ଅନୀୟମିତତା ତଥା ସରକାରୀ ଗାଇଡଲାଇନ୍ କୁ ଅଣଦେଖା କରାଯାଉଥିବାର ଅଭିଯୋଗ ବଢୁଥିବା ଦେଖିବାକୁ ମିଳୁଛି। ଫଳରେ ମନ୍ଦିର ପରି ସ୍କୁଲ୍ ର ବାତାବରଣ ଅଶାନ୍ତ ହେଉଛି। ସୂଚନାରୁ ପ୍ରକାଶ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନ ହରପ୍ରସାଦ ସରକାରୀ ନୋଡାଲ ବିଦ୍ୟାଳୟ,ବେତନା ରେ ଶିଶୁସେବିକା ନିଯୁକ୍ତି ରେ ପୂର୍ବରାଗ ରଖି ଜନୈକ ଯୋଗ୍ୟ ହରିଜନ ମହିଳା ନିଯୁକ୍ତି ରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ବେତନା ଗ୍ରାମର ଇତିଶ୍ରୀ ମୁଖି ,+୨ ଶିକ୍ଷାଗତ ଯୋଗ୍ୟତା ଥାଇ ଶିଶୁସେବିକା ନିଯୁକ୍ତି ନିମନ୍ତେ ଆବେଦନ କରିଥିଲେ। ତେବେ ଆବେଦନ ପରେ ଦରଖାସ୍ତ ରେ ଦିଆଯାଇଥିବା ମୂଳ ପ୍ରମାଣପତ୍ର ସ୍କୁଲ୍ କମିଟି ଦ୍ୱାରା ଯାଞ୍ଚ ଦିନ ହରିଜନ ବର୍ଗକୁ ଅଗ୍ରାଧିକାର ଦିଆଯିବା ର ନୀୟମ ଥାଇ, ନିଯୁକ୍ତି ନିମନ୍ତେ ଦୁଇଜଣ ହରିଜନ ମହିଳା ଆବେଦନ କରିଥିବା ବେଳେ, ଉଭୟ ଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବାଧିକ ଯୁକ୍ତ ଦୁଇ ଥାଇ ଇତିଶ୍ରୀ ର ଅଧିକ ମାର୍କ ରହିଛି।

ସମସ୍ତ ଯୋଗ୍ୟତା ଥାଇ ନିଯୁକ୍ତି ପାଇଁ ଦାବିଦାର ଥିବା ଇତିଶ୍ରୀ କୁ ଉପେକ୍ଷା କରି ତରାପୁର ଗ୍ରାମର ସୁରେଖା ବେହେରା ଙ୍କୁ କମିଟି ଚୟନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ସୁରେଖା ଯାଞ୍ଚ ସମୟରେ ମୂଳ ପ୍ରମାଣପତ୍ର ଦେଖାଇ ପାରିନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ ନିୟମ କହୁଛି ଯେଉଁ ଗ୍ରାମରେ ବିଦ୍ୟାଳୟ ଅବସ୍ଥିତ,ସେହି ଗ୍ରାମର ପ୍ରାର୍ଥୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବା କଥା। ସ୍କୁଲ୍ ଅବସ୍ଥିତ ଥିବା ବେତନା ଗ୍ରାମରୁ ଇତିଶ୍ରୀ ଏକମାତ୍ର ପ୍ରାର୍ଥୀ ଥିବାବେଳେ ଉଦ୍ଦେଶ୍ୟ ମୂଳକ ଭାବରେ ପଡ଼ୋଶୀ ଗ୍ରାମର ମହିଳାଙ୍କୁ ମନୋନୀତ କରାଗଲା।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଇତିଶ୍ରୀ ଙ୍କ ସ୍ବାମୀ ନିଜ ପିଲାର ଷ୍ଟାଇପେଣ୍ଟ ଟଙ୍କା ନପାଇବାକୁ ନେଇ ତତ୍କାଳୀନ ପ୍ରଧାନଶିକ୍ଷକ ଅରୁଣ ପତି ଙ୍କ ନାମରେ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ, ସେହି ଶିକ୍ଷକ ଅଧ୍ୟାବଧି ବେତନା ସ୍କୁଲ ରେ ଶିକ୍ଷକତା କରୁ ଥିବାରୁ ରାଗ ରଖି ଇତିଶ୍ରୀ ମୁଖିଙ୍କୁ, ନିଯୁକ୍ତି ରୁ ବଞ୍ଚିତ କରାଯାଇ ଥିବା ଅଭିଯୋଗ ହୋଇଛି, ତେବେ ସମସ୍ତ ଯୋଗ୍ୟତା ଥାଇ ତଥା ସର୍ବାଧିକ ନମ୍ବର ରଖି ଥିବା, ଇତିଶ୍ରୀ ମୁଖୀଙ୍କୁ ନିଯୁକ୍ତି ନିମନ୍ତେ ଇତିଶ୍ରୀ ସହ ଗ୍ରାମ ବାସି ଦାବି କରୁଛନ୍ତି.

Leave a Reply

Your email address will not be published. Required fields are marked *