ପରିଣତ ବୟସରେ ବୃଦ୍ଧ ବାପା ମା ହୋଇ ଯାଇଛନ୍ତି ଅଲୋଡା, ବାପା ମା ଙ୍କ ସେବା ଯତ୍ନ କରିବା ପରିବର୍ତ୍ତେ ପୂଅ ଦେଉଛି ଅକଥନୀୟ ନିର୍ଯ୍ୟାତନା , ନ୍ୟାୟ ପାଇଁ କାନ୍ଦି କାନ୍ଦି ସରକାର ଙ୍କୁ ଗୁହାରୀ କରିଛନ୍ତି ବୂଢା ବାପା ମା, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତ ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଏହି ଘଟଣା ବାବଦ ରେ ଜାଣିଲେ ଆପଣ ବି କହିବେ ଧିକ୍ ସେ ପୂଅ, ସାଧାରଣତଃ ଘରେ ପୁଅ ଟିଏ ଜନ୍ମ ହେଲେ ବାପା ମା ଖୁସି ରେ ଗାଂଆ ଯାକ ମିଠା ବାଣ୍ଟନ୍ତି , ଝିଅ ଅପେକ୍ଷା ବାପା ମା ମାନେ ପୁଅ କୁ ଅଧିକ ସ୍ନେହ ଆଦର ମଧ୍ୟ କରିଥାନ୍ତି , କାରଣ ଝିଅଟିଏ ବାହା ହୋଇ ଶାଶୁ ଘରକୁ ଚାଲିଗଲା ପରେ ପରିଣତ ବୟସ ରେ ପୁଅ ବୋହୂ ସେମାନଙ୍କ ର ସାହାରା ହେବା ସହ ସେବା ଶୁଶ୍ରୁସା କରିବେ,ମାତ୍ର ଆମେ ଏବେ ଯେଉଁ ଘଟଣା ଆପଣଙ୍କ ସାମ୍ନା ରେ ଉପସ୍ଥାପନା କରିବାକୁ ଯାଉଛୁ ଆପଣ ବି କହିବେ ଏମିତିକା ପୂଅ ବୋହୂ କାହାକୁ ବି ନମିଳୁ,ବସ୍ତା ବ୍ଲକ ଅନ୍ତର୍ଗତ ଡୁବୁଳିଆ ଗ୍ରାମର ବାସିନ୍ଦା ବରେନ୍ଦ୍ର ବାରିକ ଏବଂ ଗୌରୀମଣି ବାରିକ,ଉଭୟ ଙ୍କ ବୟସ 70 ଟପିଲାଣି,ବରେନ୍ଦ୍ର ଙ୍କ ଦୁଇ ପୂଅ ମଧ୍ୟ ରୁ ବଡ ପୂଅ ଓଡିଶା ବାହାରେ ଏକ ସେଲୁନ ଦୋକାନ ରେ କାମ କରୁଥିବା ବେଳେ ସାନ ପୂଅ ସୂଜୟ ବାରିକ କେନ୍ଦ୍ର ସରକାର ଙ୍କ ଅଧୀନ ରେ ଚାକିରୀ କରିବା ସହ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି, ବଡ ପୂଅ ସ୍ବଳ୍ପ ରୋଜଗାର ରେ କଷ୍ଟେମଷ୍ଟେ ପରିବାର ଚଳାଇ ବାପା ମା ଙ୍କ ପାଇଁ କିଛି ଟଙ୍କା ପଠାଇ ଥାନ୍ତି, ମାତ୍ର ସାନ ପୂଅ ବାହା ହୋଇ ନିଜ ପିଲା ଛୂଆ ସଂସାର ନେଇ ଶ୍ବଶୁର ଘରେ ବେଶ ଖୁସି ରେ ରହୁଥିବା ବେଳେ ବୂଢା ବୟସରେ ବାପା ମା ଙ୍କୁ ଦେଉଛନ୍ତି ନିର୍ଯ୍ୟାତନା .
ବାପା ମା ଙ୍କୁ ଗାଳି ଗୁଲଜ କରିବା ସହ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି, ସୂଜୟ ଙ୍କ ମା ଗୌରିମଣୀ ପକ୍ଷାଘାତ ରୋଗରେ ପୀଡିତ ହୋଇ ଗୋଟିଏ ଜାଗା ରେ ପଡି ରହିଥିବା ବେଳେ ଚିକିତ୍ସା କରିବା ତ ଦୂରର କଥା ଔଷଧ କିଣିବାକୁ ବି ଅସମର୍ଥ ହୋଇଛନ୍ତି ବରେନ୍ଦ୍ର,ଏମିତିକି ରହିବା ପାଇଁ ଖଣ୍ତିଏ ଘର ନଥିବାରୁ ଭଙ୍ଗା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭୋକ ଉପାସରେ କାଳାତିପାତ କରୁଛନ୍ତି, ବରେନ୍ଦ୍ର ବହୂ କଷ୍ଟ ରେ ପୂଅ କୁ ପାଠ ପଢାଇ ମଣିଷ କରିଥିଲେ ମାତ୍ର ସେ ଆଜି ଅମଣିଷ ପାଲଟି ଯାଇଛି ବୋଲି କାନ୍ଦି କାନ୍ଦି କହିଛନ୍ତି, ଚାକିରୀ ପାଇବା ପରେ ଘରକୁ ଟଙ୍କା ଦେବା ତ ଦୂର ର କଥା ବୂଢା ବାପା ମା ଙ୍କ ସାଙ୍ଗରେ ଭଲରେ କଥା ବି ହେଉନାହାନ୍ତି ସୂଜୟ, ଆଜିର ସ୍ବାର୍ଥପର ଦୁନିଂଆ ରେ ଟଙ୍କା ଏବଂ ସମ୍ପତ୍ତି ପାଇଁ ବୂଢା ବାପା ମା ହୋଇ ଯାଇଛନ୍ତି ଅଲୋଡା,ଏନେଇ ବୃଦ୍ଧା ବାପା ମା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଗୁହାରି କରିଥିବା ବେଳେ ଯଦି ନ୍ୟାୟ ନ ମିଳେ ଉଭୟ ଆତ୍ମହତ୍ୟା କରିବେ ବୋଲି କାନ୍ଦି କାନ୍ଦି କହିଛନ୍ତି, ତେବେ ଏନେଇ ସାନପୂଅ ସୂଜୟ ଙ୍କ ପ୍ରତିକ୍ରିୟା ମିଳି ପାରିନି .
