ଚଢ଼ାଉ କରୁଛି ଓଡିଶା ପୋଲିସ …
ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଙ୍କ ନେତୃତ୍ୱରେ ଉତ୍ତର ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଗୋ-ମାଫିଆ ଙ୍କ ଘରେ ରେଡ କରାଯାଉଛି. ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱରେ ଆକ୍ସନ ମୂଡ଼ରେ ଭଦ୍ରକ ପୋଲସି. ଗୋ-ମାଫିଆଙ୍କ ପ୍ରତି କଠୋର ହୋଇଛି ଭଦ୍ରକ ପୋଲିସ.ବିଭିନ୍ନ ସମୟରେ ଗୋରୁ ଗାଡି ପୁଲିସ ଜବତ କରୁଥିବା ବେଳେ ଗୋ-ମାଫିଆ ମାନେ ସେଠାରୁ ଖସି ଯାଆନ୍ତି ଅଥବା ପରଦା ପଛରେ ରହି ବେପାର କରନ୍ତି. ତେବେ ସେମାନଙ୍କ ତାଲିକା ପ୍ରସ୍ତୁତ କରି ଗତକାଲି ମଧ୍ଯ ରାତ୍ରରୁ ସେମାନଙ୍କ ଘରେ ଚଢାଉ କରିଛି ଭଦ୍ରକ ପୋଲିସ. ମୋଟ 6 ଜଣ ଗୋ-ମାଫିଆ ଙ୍କ ଘରେ ଭଦ୍ରକ ପୋଲିସ ରେଡ କରିଥିବା ବେଳେ 2 ଜଣଙ୍କୁ ଗୋ-ମାଫିଆ ଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ.
ସେମାନଙ୍କ ନିକଟରୁ 14 ହଜାର 500 ଟଙ୍କା ଜବତ କରାଯାଇଛି.ସୂଚନାନୁଯାୟୀ ଟାଉନ ଥାନା ଅଞ୍ଚଳରେ ୩ ଜଣ ଗୋ-ମାଫିଆ ଙ୍କ ଘର ସମେତ ପୁରୁଣା ବଜାର ଥାନା ଅଞ୍ଚଳରେ ୩ ଜଣ ଗୋ-ମାଫିଆ ଙ୍କ ଘରେ ରେଡ ହୋଇଛି. ନଙ୍ଗା ମହଲାର ଜାହିଦ ଖାନ, ମୁନା ଖାନ ଓ ଛୋଟୁ ଖାନ, ମୀର ସାହିର ରାଜେଶ ଅଲୀ, ବୁଧବାର ହାଟର ମତାର ଖାନଙ୍କ ସମେତ ମୋଟ ୬ଜଣଙ୍କ ଘରେ ରେଡ ହୋଇଥିବା ନେଇ ଭଦ୍ରକ ଏସପି ମନୋଜ କୁମାର ରାଉତ ସୂଚନା ଦେଇଛନ୍ତି.
