ଆସୁଛି ମା, ଜାଣନ୍ତୁ କେବେ ହେବ ଘଟସ୍ଥାପନା ଏବଂ ଶୁଭ ମୁହୂର୍ତ୍ତ

ଆସୁଛି ପବିତ୍ର ପର୍ବ ଶାରଦୀୟ ନବରାତ୍ରି । ମା’ ଦୁର୍ଗାଙ୍କ ଆଗମନକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ । ୯ ଦିନ ଧରି ମା’ଙ୍କ ନବଦୁର୍ଗା ସ୍ୱରୂପର ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ତେବେ ଚଳିତ ବର୍ଷ କେବେଠାରୁ ଆରମ୍ଭ ହେବ ନବରାତ୍ରି? କେବେ ହେବ ଘଟସ୍ଥାପନା? ଆଉ ମହାଅଷ୍ଟମୀ ଓ ମହାନବମୀ କେବେ ପାଳନ କରାଯିବ? ଆସନ୍ତୁ ଜାଣିବା…

ପଞ୍ଚାଙ୍ଗ ଅନୁସାରେ, ୨୦୨୬ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧ ତାରିଖ, ରବିବାରଠାରୁ ଆରମ୍ଭ ହେବ । ପ୍ରତିପଦା ତିଥି ଅକ୍ଟୋବର ୧୦ ରାତି ୯ଟା ୧୯ ମିନିଟରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ରାତି ୯ଟା ୩୦ ମିନିଟରେ ଶେଷ ହେବ । ଅକ୍ଟୋବର ୨୦ ତାରିଖରେ ବିଜୟାଦଶମୀ ସହ ନବରାତ୍ରିର ସମାପନ ହେବ । ଘଟସ୍ଥାପନା ପାଇଁ ଶୁଭ ସମୟ ସକାଳ ୬ଟା ୧୯ ମିନିଟ୍‌ରୁ ୧୦ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ରହିବ ।

ଚଳିତ ବର୍ଷ ଅକ୍ଟୋବର ୧୮ରେ ମହାଅଷ୍ଟମୀ ପାଳନ ହେବ । ଅକ୍ଟୋବର ୧୯ ସକାଳ ୧୦ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ପରେ ଆରମ୍ଭ ହେବ ମହାନବମୀ । ଏହି ସମୟରେ ସନ୍ଧି ପୂଜା, କନ୍ୟା ପୂଜା ଓ ମହାହୋମ କରାଯିବ । ଘଟସ୍ଥାପନା ପାଇଁ ଘରର ଈଶାନ କୋଣକୁ ସଫା କରି ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ । ଏହାପରେ ଚୌକି ଉପରେ ଲାଲ କପଡ଼ା ବିଛାଇ ମା’ ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରନ୍ତୁ । ମାଟି ପାତ୍ରରେ ଯଅ ବୁଣି ତା’ ଉପରେ ଜଳପୂର୍ଣ୍ଣ କଳସ ସ୍ଥାପନ କରନ୍ତୁ । କଳସରେ ଗଙ୍ଗାଜଳ, ଅକ୍ଷତ, ଦୁବ, ଗୁଆ ଓ ମୁଦ୍ରା ପକାଇ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ । ଏହା ଉପରେ ଲାଲ କପଡ଼ାରେ ବନ୍ଧା ନଡ଼ିଆ ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *