ବଦଳିଲା LPG ନିୟମ, ଆଉ ମିଳିବନି ସବସିଡି

ଆଜିଠୁ ନୂଆ ନିୟମ । LPGଠୁ ନେଇ ବ୍ୟାଙ୍କ ଯାଏଁ ସମସ୍ତ ନିୟମରେ ହେବ ବଡ଼ ପରିବର୍ତ୍ତନ । ତୁରନ୍ତ ସାରନ୍ତୁ ଏହି କାମ, ନହେଲେ କଟିଯିବ ସବସିଡି । ଅକ୍ଟୋବର ପହିଲାରୁ ଅନେକ ଜରୁରୀ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ବିଶେଷକରି ଏଲପିଜି ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ନିୟମ ଆସୁଛି । ଏଲପିଜି ବୁକିଂରେ ହୋଇଛି ବଡ଼ ପରିବର୍ତ୍ତନ । ଗ୍ୟାସ୍ ସିଲିଣ୍ଡର ପାଇଁ ଏଥର କେବଳ ବୁକିଂ କରିଦେଲେ ହେବନାହିଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବାୟୋମେଟ୍ରିକ୍ ପ୍ରକ୍ରିୟା ପୂରଣ କରିବାକୁ ପଡିବ ।

ଆଜିଠୁ ସବସିଡି ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ପାଇଁ ‘ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ’ ବାଧ୍ୟତାମୂଳକ କରାଯାଉଛି । ଉପଭୋକ୍ତା ସବସିଡି ଦରରେ ଏଲିପିଜି ରିଫିଲ୍ ନେବାକୁ ଚାହୁଁଥିଲେ ସେମାନଙ୍କୁ ଏହି ବାୟୋମାଟ୍ରିକ ଅଥେଣ୍ଟିକେସନ ପ୍ରକ୍ରିୟା ସାରିବାକୁ ହେବ । ସବସଡିର ଲାଭ ଯୋଗ୍ୟ ପରିବାର ପାଖରେ ପହଞ୍ଚାଇବା, ଡୁପ୍ଲିକେଟ ଏଲପିଜି କନେକ୍ସନ ଚିହ୍ନଟ କରିବା ସହ ଘରୋଇ ସବସିଡିଯୁକ୍ତ ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ରୋକିବା ପାଇଁ ଏହି ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ନିୟମ ଅନୁସାରେ ଅଥଣ୍ଟିକେସନ ପୂରଣ ନକଲେ ଏଲପିଜି ସିଲିଣ୍ଡର ତ ମିଳିବ, ହେଲେ ମିଳିବନି ସବସିଡି ଲାଭ । ଉପଭୋକ୍ତାଙ୍କୁ ବଜାର ଦରରେ ସିଲିଣ୍ଡର କିଣିବାକୁ ପଡିବ ।

ସେହିପରି ଯଦି ଆପଣ ବ୍ୟାଙ୍କରେ FD କରୁଛନ୍ତି ତେବେ ଜାଣିରଖନ୍ତୁ । ଅକ୍ଟୋବର ୧ରୁ ବଦଳିବାକୁ ଯାଉଛି ଫିକ୍ସଡ୍ ଡିପୋଜିଟ ବା ସ୍ଥାୟୀ ଜମା ସଂପର୍କିତ ନିୟମ । ଏଣିକି ବ୍ୟାଙ୍କଗୁଡ଼ିକ ବଲ୍କ ଡିପୋଜିଟ୍ ଉପରେ ଭିନ୍ନ ସୁଧ ହାର ନିର୍ଦ୍ଧାରଣ କରିବାରେ ଅଧିକ ସ୍ୱାଧୀନତା ପାଇବେ । ଏହାସହ ପ୍ରତ୍ୟେକ କାର୍ଯ୍ୟଦିବସରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ୱେବସାଇଟ୍‌ରେ ବଲ୍କ ଡିପୋଜିଟ୍ ସହ ଜମା ଉପରେ ଲାଗୁଥିବା ସୁଧ ହାର ପ୍ରକାଶ କରିବାକୁ ପଡ଼ିବ । ସକାଳ ୧୦ଟା ସୁଦ୍ଧା ଏହି ହାର ଅପଡେଟ୍ କରାଯିବ । ସାଧାରଣତଃ ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର ଫିକ୍ସଡ୍ ଡିପୋଜିଟ୍‌କୁ ବଲ୍କ ଡିପୋଜିଟ୍ ଭାବେ ଗଣାଯାଏ ।

Leave a Reply

Your email address will not be published. Required fields are marked *