ମହାନଦୀରେ ମାଡ଼ି ଆସୁଛି ପାଣି। ତଳିଆ ଅଞ୍ଚଳରେ ଛନକା। ଫୁଲୁଛି ହୀରାକୁଦ, ଖୋଲିଲା ଆଉ ୨ଟି ଗେଟ୍। ଏବେ ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୮.୧୯ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୩୯ ହଜାର ୧୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୬୪ ହଜାର ୪୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ସ୍ପିଲୱେ ଦେଇ ୩ ଲକ୍ଷ ୨୬ ହଜାର ୧୦୦ କ୍ୟୁସେକ୍ ଜଳ, ପାୱାର ଚ୍ୟାନେଲ ଦେଇ ୩୪ ହଜାର ୪୪୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଆଜି ରାତି ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପହଞ୍ଚିବ। ମହାନଦୀରେ ଜଳପ୍ରବାହ ବଢୁଥିବାରୁ ତାର ଉପନଦୀ ଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ହୀରାକୁଦ ପାଣି ତଳମୁଣ୍ଡରେ ପହଞ୍ଚିବା ପରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।
