ହୀରାକୁଦରେ ମୋଟ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଫୁଲୁଛି ହୀରାକୁଦ, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଆଜି ସକାଳୁ ୪ଟି ଗେଟ୍ ଖୋଲିବା ପରେ ଏବେ ହୀରାକୁଦର ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅବପାତ ପ୍ରଭାବରେ ଛତିଶଗଡ଼ରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ମହାନଦୀରେ ବଢ଼ୁଛି ଜଳସ୍ତର । ଅବପାତ ପ୍ରଭାବରେ ଛତିଶଗଡ଼ରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ମହାନଦୀରେ ବଢ଼ୁଛି ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୮.୧୯ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୩୯ ହଜାର ୧୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୬୪ ହଜାର ୪୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ବର୍ତ୍ତମାନ ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ବଢ଼ିଛି । ସୂଚନା ଅନୁସାରେ, ଆଜି ମଧ୍ୟରାତ୍ରରେ ନରାଜରେ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିପାରେ । ଏହା ଫଳରେ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି । ତେବେ ଛତିଶଗଡ଼ରେ ଏବେ ବି ପ୍ରବଳ ବର୍ଷା ଜାରି ରହିଥିବାରୁ ମହାନଦୀକୁ ଆହୁରି ଅଧିକ ଜଳ ଆସିବାର ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *