ଗଭୀର ଅବପାତର ଗତି ଦୁର୍ବଳ, ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତର ରୂପ ରହିବ

ଦୁର୍ବଳ ହେଲା ଗଭୀର ଅବପାତ । ଡିପ୍ରେସନ୍ ରୂପ ନେଇ ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଏକ ‘ଅବପାତ’ରେ ପରିଣତ ହୋଇଛି । ଆଜି ଭୋର ସମୟରେ ଅବପାତ ନୂଆପଡ଼ାର ନିକଟବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତଟି ବର୍ତ୍ତମାନ ​ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଥିବା ବେଳେ ​ଟିଟିଲାଗଡଠାରୁ ୯୦ କିମି ଦୂରରେ ରହିଛି । ​ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଅବପାତ ଲଗାତାର ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତ ରୂପ ବଜାୟ ରଖିବ । ଏହା ପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହାର ଶକ୍ତି ଆହୁରି ହ୍ରାସ ପାଇ ଏହା ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହେବ ।

ଲଗାଣ ବର୍ଷା ରେ ଫୁଲୁଛି ବୈତରଣୀ । ସକାଳ ୭ ଟା ସୁଦ୍ଧା ଆନନ୍ଦପୁର ଠାରେ ସତର୍କ ସୂଚନା ପାର କରିଛି ବୈତରଣୀ ନଦୀ । ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଥିବା ବେଳେ ନଦୀ ୩୭.୪୭୦ ମିଟର ରେ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଏବେ ସେଠାରେ ୧୫.୪୦ ଉପରେ ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Leave a Reply

Your email address will not be published. Required fields are marked *