ସମ୍ପତ୍ତି ପାଇଁ ବିଷ ଦେବା ଘଟଣାରେ ଆଖି ବୁଜିଲା ୫-ବର୍ଷର ଶିଶୁ

୫ ବର୍ଷର ଶିଶୁ କୁ ମିଠାରେ ବିଷ ଦେଇଥିବା ଘଟଣାରେ ଆଖି ବୁଜିଲା ଶିଶୁ ଦିବ୍ୟ ରଞ୍ଜନ । ଗତ ମେ-୨୪-ରୁ କଟକ ଶିଶୁ ଭବନରେ ଚିକିତ୍ସା ହେଉଥିବା ଶିଶୁ ର  ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି । ଖବର ମୁତାବକ ଗତ ମେ-୨୨ ତାରିଖ ଦିନ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାହବଲପୁର ଗାଁ ର ରୋହିତ ମଲିକ ଙ୍କ ୫-ବର୍ଷିୟ ପୁଅ ଦିବ୍ୟ ରଞ୍ଜନ କୁ ତାଙ୍କ ପଡୋଶୀ ଦମ୍ପତି ପ୍ରଶାନ୍ତ ଦାସ ଓ ଲିପି ଦାସ  ମିଠାରେ ବିଷ ମିଶାଇ ଖାଇବାକୁ ଦେଇଥିବାରୁ ପିଲା ଗୁରୁତର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବାପା ରୋହିତ । ପ୍ରଥମେ ପିଲାକୁ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ହେବାରୁ ପିଲାକୁ କଟକ ଶିଶୁ ଭବନ ICU ରେ ଭର୍ତ୍ତି କରା ଯାଉଥିଲା । ଡାକ୍ତର ଙ୍କ ମୁତାବକ ବିଷ କ୍ରିୟା ଯୋଗୁଁ ଶିଶୁ ର କିଡନୀ,ଲିଭର ଓ ହୃଦୟ ଆଦି ଏକାଧିକ ଅଙ୍ଗ ପ୍ରଭାବିତ ହୋଇଛି ଓ ସେ ଧିରେ ଧିରେ ସୁସ୍ଥ ହେଉଛି । କିନ୍ତୁ ହଠାତ୍ ମଙ୍ଗଳବାର ରାତିରେ ଶିଶୁ ର ମୃତ୍ୟୁ ଘଟିଛି ବୋଲି ଫୋନ୍ ଯୋଗେ ଶିଶୁ ର ବାପା ରୋହିତ ମଲିକ ଜଣାଇଛନ୍ତି ।

ସମ୍ପତ୍ତି ଲୋଭରେ ନିଷ୍ପାପ ଶିଶୁ କୁ ମିଠାରେ ବିଷ ଦେବା ଭଳି ଚାଞ୍ଚଲ୍ୟକାରୀ ଘଟଣାରେ ସାଲେପୁର ପୋଲିସ ର ଆଗାମୀ ପଦକ୍ଷେପ କୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *