ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 30 ତାରିଖରୁ ଆରମ୍ଭ ହେବ

ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରେ ଆଜି ଠାରୁ ସ୍ୱତନ୍ତ୍ର ସଂଘନ ସଂଶୋଧନ ( ଏସ ଆଈ ଆର ) କାର୍ଯ୍ୟକ୍ରମ ଆରମ୍ଭ ହେବ l ଆଜି ଠାରୁ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘର କୁ ଘର ବୁଲି ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ Enumeration Form ବାଣ୍ଟିବେ । Enumeration Form ର ଆବଶ୍ୟକୀୟ ତଥ୍ୟ ପୂରଣ କରିବେ ଏବଂ ସେହି ଦୁଇ ଗୋଟି ଫର୍ମରୁ ଗୋଟିଏ ଫର୍ମରେ ଦସ୍ତଖତ କରି ନିଜ ବୁଥ ସ୍ତରୀୟ ଅଧିକାରୀଙ୍କୁ ଫେରାଇବେ । ଏହି ପ୍ରକ୍ରିୟା ଟି ଆସନ୍ତା 28 ଜୁନ ୨୦୨୬ରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ପ୍ରତ୍ୟକ ଘର ଘର ବୁଲିବେ ବିଏଲଓ l  ଯାହାର କିଛି ଅଭିଯୋଗ ରହିବ ସେ ଯାଇ ଦେଖା କରିପାରିବେ l ଯାହା ପାଇଁ ଆଜି କନ୍ଧମାଳ ଜିଲ୍ଲାପାଳ ଏକ ପ୍ରେସ୍ର ବିବୃତି ରେ ଗଣମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି l କନ୍ଧମାଳ ଜିଲାରେ 661 ବୁଥ ରେ ମାପିଙ୍ଗ ହେବ l ବର୍ତମାନ ସୁଦ୍ଧା 2025 ଭୋଟର ଲିଷ୍ଟ ସହିତ 2002 ଭୋଟର ଲିଷ୍ଟ ସହିତ ମାପିଙ୍ଗ କରାଯାଇ ସମୁଦାୟ ଭୋଟ ଙ୍କ ମଧ୍ୟରୁ 96 ପ୍ରତିଶତ ଭୋଟରଙ୍କ ନାମ ସ୍ଥିର ରହିଛି l ଜିଲାରେ ଏବେ 5 ଲକ୍ଷ 70 ହଜ଼ାର 898 ଭୋଟର ରହିଛନ୍ତି l ସେମାନଙ୍କ ଙ୍କ ମଧ୍ୟରୁ  96 ପ୍ରତିଶତ ଭୋଟର ନାମ ସ୍ଥିର ରହିଥିବାବେଳେ ବାକି 4 ପ୍ରତିଶତ ଅର୍ଥାତ ଭୋଟରଙ୍କ ନାମ ବିଏଲଓ ମାନେ ସେମାନଙ୍କୁ ଡାକି ସଠିକ କାଗପାତ୍ର ଦେଖାଇ ନିଜ ନାମ ଭୋଟର ତାଲିକାରେ ସାମିଲ କରିପାରିବେ l ଜିଲ୍ଲା କିମ୍ବା ରାଜ୍ୟ ବାହାରେ ରହୁଥ‌ିବା ବ୍ୟକ୍ତିମାନେ ମଧ୍ୟ Online (voters.eci.gov.in)  Enumeration Form ଦାଖଲ କରିପାରିବେ l ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବି.ଏଲ.ଓ. ଙ୍କ ସହାୟତା ନେଇ ପାରିବେ । ପ୍ରତିଦିନ ବିଏଲଓ ମାନେ ତାଙ୍କ ଅଫିସରେ ଅପରାହ୍ନ 3 ଟାରୁ 5 ତା ପର୍ଯ୍ୟନ୍ତ ରହିବେ l ଏହି ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ଭୋଟର ତାଲିକା ଆସନ୍ତା ୦୫ ଜୁଲାଇ  ୨୦୨୬ ରିଖରେ ପ୍ରକାଶ ପାଇବ ।

5 ଜୁଲାଇ ୨୦୨୬ ରିଖ ଠାରୁ 4 ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ନିଜର ଆପରି, ଅଭିଯୋଗ ନିଜର ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ପାଖରେ ଦାଖଲ କରି ପାରିବେ । ଏହି ଆପରି, ଅଭିଯୋଗର ନିଷ୍ପତି 2 ସେପ୍ଟେମ୍ବର ୨୦୨୬ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ ନେବେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କୁଶଳ କୁମାର ନାୟକ, ଆଈଏଏସ ପ୍ରୋବେଶନର ଯଶ କରଣ ସିଂ,  ପିଡି ଡ଼ିଆରଡିଏ ଶମ୍ଭୁନାଥ ନନ୍ଦୀ ଓ ଅନ୍ୟାନ୍ୟ ଏସ ଆଈ ଆର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *