କୋଟପାଡ଼ ପାଇଁ ଗୌରବ ଆଣିଲେ ବନ୍ଦନା ପ୍ରିୟଦର୍ଶନୀ ରଥ

ପ୍ରକାଶ ପାଇଛି ସି ବି ଏସ ଇ ର ଦଶମ ଶ୍ରେଣୀ ପରୀକ୍ଷା ଫଳ, ଚଳିତ ବର୍ଷ ଛାତ୍ର ମାନଙ୍କ ତୁଳନାରେ ଛାତ୍ରୀ ମାନେ ବାଜିମାତ କରିଛନ୍ତି, ଚଳିତ ବର୍ଷ ସି ବି ଏସ ଇ ଦଶମ ପରୀକ୍ଷାରେ କୋଟପାଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବନ୍ଦନା ପ୍ରିୟଦର୍ଶନୀ ରଥ ୯୬% ମାର୍କ ରଖି କୋଟପାଡ଼ ବ୍ଲକର ଟପର ହୋଇ ଗୌରବ ଆଣିଛନ୍ତି .

ବନ୍ଦନା ଜଣେ ଉଚ୍ଚ ଶିକ୍ଷିତ ପରିବାରରୁ ବିଲଙ୍ଗ କରୁଥିବା ବେଳେ ବାପା ପ୍ରଦୀପ କୁମାର ରଥ ଜଣେ ରାଜନୀତିରେ ଥାଇ ସାଂସଦ ପ୍ରତିନିଧି ଥିବା ବେଳେ ମା ସସ୍ମିତା ମିଶ୍ର ଜଣେ ଗୃହିଣୀ, କୋଟପାଡ଼ ସ୍ଥିତ ମହାନ୍ତି ସାହି ରଥ ପରିବାରର ଉଚ୍ଚ ଶିକ୍ଷିତ ଛାତ୍ରୀ ଅଟନ୍ତି, ପରୀକ୍ଷା ଫଳ ବାହାରବା ପରେ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଞ୍ଚଳବାସୀଙ୍କ ଠାରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିଥିବା ବେଳେ ବନ୍ଦନା ପ୍ରିୟଦର୍ଶନୀ ଙ୍କ ଭବିଷ୍ୟତ ଉଜ୍ଜଳ କାମନା କରଯାଇଥିବାର ଦେଖିବାକୁ ମିଳିଛି .

Leave a Reply

Your email address will not be published. Required fields are marked *