ପୁଣି ବର୍ଷା: ଚାଷୀଙ୍କ ଚିନ୍ତା

ଭୁବନେଶ୍ବର: ଗତ ୧୭ ତାରିଖ ଠାରୁ ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହୋଇଥିବା ବର୍ଷାକୁ ନେଇ ଚାଷୀକୁଳ ହଇରାଣ ହୋଇଥିବା ବେଳେ ପୁଣି ଥରେ ସେମାନେ ସମାନପ୍ରକାରର ପରସ୍ଥିତିର ସାମ୍ନା କରିବାକୁ ପଡ଼ିପାରନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି  ଜିଲ୍ଲାରେ ମଧ୍ଯମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। 

Leave a Reply

Your email address will not be published. Required fields are marked *