BSNL ନିଜ କୋଟି କୋଟି ୟୁଜର୍ସଙ୍କ ପାଇଁ ଏକ ନୂଆ ଅଫର ଆଣିଛି । ସରକାରୀ ଟେଲିକମ୍ କମ୍ପାନୀ ନିଜର ଦୁଇଟି STV ରିଚାର୍ଜ ପ୍ଲାନ୍ ସହିତ ୧ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟାଲ୍ ଇନ୍ସୁରାନ୍ସ ଏବଂ ସାଇବର ଫ୍ରଡ୍ ଇନ୍ସୁରାନ୍ସ କଭର୍ ପ୍ରଦାନ କରୁଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହି ଦୁଇଟି ପ୍ଲାନ୍ ସହିତ ଭାଲ୍ୟୁ ଆଡେଡ୍ ପ୍ରୋଟେକ୍ସନ୍ ମଧ୍ୟ ଦେଉଛି । ଏହାସହ ୟୁଜର୍ସମାନେ କଲିଂ, ଡାଟା ସମେତ ଅନେକ ପ୍ରକାରର ସୁବିଧା ପାଇପାରିବେ । BSNL ନିଜର ଅଧିକାରିକ X ହ୍ୟାଣ୍ଡେଲ୍ ମାଧ୍ୟମରେ ଏହି ଅଫର ବିଷୟରେ ଘୋଷଣା କରିଛି । ସରକାରୀ ଟେଲିକମ୍ କମ୍ପାନୀ ୨୦୨ ଟଙ୍କା ଏବଂ ୨୪୪୯ ଟଙ୍କାର STV ବା ସ୍ପେଶାଲ୍ ଟାରିଫ୍ ଭାଉଚର୍ ସହିତ ଏହି ଭାଲ୍ୟୁ ଆଡେଡ୍ ପ୍ରୋଟେକ୍ସନ୍ ଅଫର ଦେଉଛି । ଏହି ଦୁଇଟି ପ୍ଲାନ୍ ମଧ୍ୟରୁ କୌଣସି ଗୋଟିଏରେ ନମ୍ବର ରିଚାର୍ଜ କଲେ ୟୁଜର୍ସଙ୍କୁ ୧ ଲକ୍ଷ ଟଙ୍କାର ପର୍ସନାଲ୍ ଆକ୍ସିଡେଣ୍ଟାଲ୍ ଇନ୍ସୁରାନ୍ସ କଭର୍ ମିଳିବ । ଏହାସହ ୧୦ ହଜାର ଟଙ୍କାର ସାଇବର ଇନ୍ସୁରାନ୍ସ କଭର୍ ମଧ୍ୟ ମିଳିବ ।

ପର୍ସନାଲ୍ ଆକ୍ସିଡେଣ୍ଟାଲ୍ କଭର୍ ଅନୁସାରେ, ସଡ଼କ ଦୁର୍ଘଟଣା, ନିଆଁରେ ପୋଡ଼ିଯିବା, ସାପ କାମୁଡ଼ିବା, ବଜ୍ରପାତ ଏବଂ ଇଲେକ୍ଟ୍ରିକ୍ ଶକ୍ ଭଳି ଘଟଣାରେ ଏହି ଇନ୍ସୁରାନ୍ସର ଲାଭ ମିଳିପାରିବ । ସେହିପରି କୌଣସି ପ୍ରକାରର ସାଇବର ଫ୍ରଡ୍ ହେଲେ ମଧ୍ୟ ୟୁଜର୍ସମାନେ ଏହି କଭରର ଲାଭ ପାଇପାରିବେ।
BSNLର ୨୦୨ ଟଙ୍କାର ପ୍ରିପେଡ୍ ରିଚାର୍ଜ ପ୍ଲାନର ଭାଲିଡିଟି ୩୨ ଦିନ । ୟୁଜର୍ସମାନେ ସାରା ଭାରତରେ ଫ୍ରି ନ୍ୟାସନାଲ୍ ରୋମିଂ ସୁବିଧା ପାଇବେ । ଏହାସହ ୩୦୦ ମିନିଟ୍ ଭଏସ୍ କଲ୍, ୫GB ଇଣ୍ଟରନେଟ୍ ଡାଟା ଏବଂ ୧୦୦ଟି ଫ୍ରି SMS ମଧ୍ୟ ମିଳିବ । ତେବେ BSNLର ୨୪୪୯ ଟଙ୍କା ପ୍ଲାନର ଭାଲିଡିଟି ୩୬୫ ଦିନ । ଏଥିରେ ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ପାଇବେ । ଏହାସହ ଫ୍ରି ନ୍ୟାସନାଲ୍ ରୋମିଂ ସୁବିଧା ମଧ୍ୟ ରହିଛି । ଏହି ପ୍ଲାନରେ ପ୍ରତିଦିନ ୨GB ହାଇ-ସ୍ପିଡ୍ ଡାଟା ଏବଂ ପ୍ରତିଦିନ ୧୦୦ଟି ମାଗଣା SMS ମିଳିବ । ଏଥିସହ ଜାଣିରଖନ୍ତୁ ଯେ, BSNL ନିଜର ୫୧ ଟଙ୍କାର ଅଫରକୁ ପୁଣି ଥରେ ଆଣିଛି । ଏହି ଅଫରରେ ୨୮ ଦିନର ଭାଲିଡିଟି ମିଳିବ । ଏହି ପ୍ରିପେଡ୍ ପ୍ଲାନରେ ପ୍ରତିଦିନ ୨GB ହାଇ-ସ୍ପିଡ୍ ଡାଟା, ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂ ସୁବିଧା ମିଳିବ । ଏହାସହ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ମଧ୍ୟ ରହିଛି । ଏଥିସହ ଯଦି ଆପଣ ଜଣେ BSNL ୟୁଜର୍ସ ହୋଇଥାନ୍ତି, ତେବେ ଏହି ଅଫରର ଲାଭ ନିଶ୍ଚିତ ଉଠାଇପାରିବେ ।
